ଯାତ୍ରୀଙ୍କ ଟଙ୍କା ଲୁଟ୍ ଅଭିଯୋଗରେ ୪ ରେଳ ପୋଲିସ ଗିରଫ

ପାଟନା : ରେଳ ଯାତ୍ରୀଙ୍କଠାରୁ ଟଙ୍କା ବ୍ୟାଗ ଛଡ଼ାଇ ନେଇଥିବା ଅଭିଯୋଗରେ ଚାରିଜଣ ରେଳ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଘଟଣାଟି ବିହାରର ଜାମୁଇର ଝାଝା ରେଳ ଷ୍ଟେସନରେ ଘଟିଛି।

ଖବର ଅନୁଯାୟୀ ହରିୟାଣାର ଟ୍ରକ ବ୍ୟବସାୟୀ ହାରଦୀପ ଦଲାଲ ଓ ମଧୁ ଆନନ୍ଦ ବିହାର ଏକ୍ସପ୍ରେସରେ ଜସିଡିହରୁ ଚଢ଼ିଥିଲେ। ତାଙ୍କ ପାଖରେ ଥିଲା କୋଟିଏ ଟଙ୍କା। ସେମାନେ ଝାଝା ଷ୍ଟେସନରେ ପହଞ୍ଚିବା ପରେ ୪ଜଣ କନଷ୍ଟେବଳ ସେମାନଙ୍କୁ ଯାଞ୍ଚ କରିବା ଆଳରେ ଟଙ୍କାବ୍ୟାଗ ଗାୟବ କରିଦେଇଥିଲେ।

ଏହୁ ଘଟଣା ସମ୍ପର୍କରେ ବ୍ୟବସାୟୀ ଦ୍ୱୟ ଝାଝା ରେଳ ଷ୍ଟେସନରେ ଅଭିଯୋଗ କରିବାରୁ ଷ୍ଟେସନ ମୁଖ୍ୟ ଅନିଲ କୁମାର ସିସିଟିଭି ଆଧାରରେ ରେଳବାଇ ପୋଲିସ କର୍ମଚାରୀଙ୍କୁ ଚିହ୍ନଟ କରିଥିଲେ। କରାଯାଇଥିଲା ଏବଂ ସେହି ଆଧାରରେ ସେମାନଙ୍କୁ ଗିରଫ କରାଯାଇଥିଲା। ରେଳ ପୋଲିସଙ୍କ ସହିତ ଜଣେ ଚୋରକୁ ମଧ୍ୟ ଗିରଫ କରାଯାଇଛି। ଟଙ୍କା ବ୍ୟାଗ ଗାୟବ କରି ସେମାନେ ଚାରି ଭାଗରେ ବାଣ୍ଟି ପଳାଇଯାଇଥିଲେ।

Leave a Reply

Your email address will not be published. Required fields are marked *

Back to top button