ଚାନ୍ଦବାଲି : ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗଦେଲେ ବିଜେପି ରାଜ୍ୟ ସଭାପତି

ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଆଜି ଏନଏସି ୱାର୍ଡ ନଂ ୧୨,୧୩, ୧୪ ଓ ୧୫ରେ ଅନୁଷ୍ଠିତ ହୋଇଛି “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମ। ଏଥିରେ ରାଜ୍ୟ ସଭାପତି ମନମୋହନ ସାମଲ ଯୋଗଦେଇ କଳସରେ ମାଟି ସଂଗ୍ରହ କରିଥିଲେ।

ଏହି ଅବସରରେ ଶ୍ରୀ ସାମଲ କହିଥିଲେ ସ୍ୱାଧୀନତାର ଶତାବ୍ଦୀ ପୂର୍ତି ଅବସରରେ ୨୦୪୭ ମସିହାରେ ଭାରତବର୍ଷକୁ ବିଶ୍ୱଗୁରୁ ଭାବେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସଫଳ କରିବାକୁ ସୁବର୍ଣ୍ଣ ସୁଯୋଗ ଆସିଛି। ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଜୀ ଆହ୍ୱାନ କ୍ରମେ ଆଜି ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରାଯାଉଛି।

‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ‘ମାଟିକୁ ପ୍ରଣାମ ଓ ବୀରଙ୍କୁ ବନ୍ଦନା’ । ‘ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ‘ମୋ ମାଟି, ମୋ ଦେଶ” ଆୟୋଜନ ହେଉଛି । ଭଦ୍ରକ ସମେତ ସମଗ୍ର ରାଜ୍ୟବାସୀ ‘ମୋ ମାଟି, ମୋ ଦେଶ”କୁ ସ୍ୱତଃ ପ୍ରବୃତ ଭାବେ ଯୋଗ ଦେଉଛନ୍ତି । ଏହି କାର୍ଯ୍ୟକ୍ରମରେ ଶିଶୁ, ଯୁବକ, ବୃଦ୍ଧବୃଦ୍ଧାଙ୍କ ଉତ୍ସାହ ବେଶ ଲକ୍ଷ୍ୟଣୀୟ । ଓଡ଼ିଶାବାସୀଙ୍କୁ ଦେଖି ସ୍ପଷ୍ଟ ଜଣାପଡୁଛି ମୋଦିଜୀଙ୍କ ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଓଡ଼ିଶାରେ ସଫଳ ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ମୀନକେତନ ବିଶ୍ୱାଳ, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର ରାଉଳ, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସ୍ମୃତିରଞ୍ଜନ ନାୟକ, ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ପାଣି, ସମିମା ପର୍ବିନ, ସଙ୍ଗୀତ ବେହେରା ପ୍ରମୁଖଙ୍କ ସମେତ ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ ଓ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button