ମଣିପୁର : ଦୁଇ ମହିଳାଙ୍କୁ ଉଲଗ୍ନ ବୁଲାଇଲେ

ଇମ୍ଫାଲ : ମଣିପୁରରେ ଲଜ୍ଜା। ଦୁଇଜଣ ମହିଳାଙ୍କୁ କେତେକ ଲୋକ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଚଲାଇ ଚଲାଇ ନେବା ସହିତ ଅସଦାଚରଣ କରୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ରାଜଧାନୀ ଇମ୍ଫାଲଠାରୁ ୩୫ କିଲୋମିଟର ଦୂର କାଙ୍ଗପୋକ୍ପି ଜିଲ୍ଲାର ଏହି ଭିଡିଓଟି ମେ’ ୪ ତାରିଖର ବୋଲି କୁହାଯାଉଛି। ଏହି ଘଟଣାରେ ପୋଲିସ ଏତଲା ରୁଜୁ କରିଥିବା ବେଳେ ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛି।

ଖବର ଅନୁଯାୟୀ ଅନୁସୂଚିତ ଜନଜାତି ମାନ୍ୟତା ଦାବିରେ ମେ’ ୩ ତାରିଖରେ ପାହାଡ଼ିଆ ଜିଲ୍ଲା ଗୁଡ଼ିକରେ ହୋଇଥିଲା ଆଦିବାସୀ ଏକତା ପଦଯାତ୍ରା। ଏହାପରେ ହୋଇଥିଲା ସଂଘର୍ଷ ଆରମ୍ଭ। ହିଂସାକାଣ୍ଡରେ ୧୫୦ ଜଣଙ୍କ ଜୀବନ ଯାଇଛି। ତେବେ ଭିଡିଓକୁ ନେଇ ସାରା ଦେଶରେ ଉତ୍ତେଜନା ଓ ବିରୋଧ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *

Back to top button