ପୋଖରୀରୁ ଦୁଇଭାଇଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ବିଜୁ ପଟ୍ଟନାୟକ ପାର୍କରେ ଥିବା ପୋଖରୀରୁ ମିଳିଛି ଦୁଇ ଭାଇଙ୍କ ମୃତଦେହ। ସେମାନେ ବଡ଼ବଜାର ଅଞ୍ଚଳର କେ. ରାଙ୍ଗା ଆଚାରି ଓ କେ. ଜନାର୍ଦ୍ଦନ ଆଚାରି ବୋଲି ଜଣାପଡିଛି।

ଖବର ଅନୁଯାୟୀ ମଙ୍ଗଳବାର ସକାଳେ ବିଜୁ ପଟ୍ଟନାୟକ ପାର୍କରେ ଥିବା ପୋଖରୀରେ ଦୁଇଟି ଶବ ଭାସୁଥିବା କର୍ମଚାରୀମାନେ ଦେଖିଥିଲେ। ସେମାନେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ମୃତଦେହ ଉଦ୍ଧାର ପରେ ଚିହ୍ନଟ ହୋଇଛି। ବଡ଼ବଜାର ଅଞ୍ଚଳର କେ. ରାଙ୍ଗା ଆଚାରି ଓ କେ. ଜନାର୍ଦ୍ଦନ ଆଚାରି। ତେବେ ସେମାନେ ପାର୍କ ମଧ୍ୟକୁ କେତେବେଳେ ଆସିଲେ ଓ କେଉଁ ପରିସ୍ଥିତିରେ ବୁଡ଼ିଗଲେ ତାହା ଜଣାପଡ଼ିନାହିଁ। ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Back to top button