ମଙ୍ଗଳବାର ଏନଡିଏରେ ଯୋଗଦେବେ ଚିରାଗ ପାସୱାନ

ନୂଆଦିଲ୍ଲୀ : ଲୋକ ଜନଶକ୍ତି ପାର୍ଟିର ନେତା ଚିରାଗ ପାସୱାନ ଏନଡିଏରେ ଯୋଗଦେବେ। ସୋମବାର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିବାପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।

ଖବର ଅନୁଯାୟୀ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଚିରାଗ ପାସୱାନଙ୍କ ସହ ଏକ ଫଟୋ ଟ୍ୱିଟ୍ କରି ଲେଖିଛନ୍ତି ଦିଲ୍ଲୀରେ ସେ ଚିରାଗ ପାସୱାନଙ୍କୁ ଭେଟିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ବା ଜାତୀୟ ଗଣତାନ୍ତ୍ରିକ ମେଣ୍ଟରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଁ ତାଙ୍କୁ ଏନଡିଏ ପରିବାରରେ ସ୍ୱାଗତ କରୁଛି।

ମଙ୍ଗଳବାର ଏନଡିଏ ବୈଠକ ପୂର୍ବରୁ ଚିରାଗ ପାସୱାନ ଶାସକ ମେଣ୍ଟରେ ଯୋଗଦେବେ। ଯାହା ବିହାର ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ ହେଉଛି। କାରଣ ଚିରାଗଙ୍କ ପିତା ତଥା ସ୍ୱର୍ଗତ ରାମବିଳାସ ପାସୱାନଙ୍କ ନେତୃତ୍ୱରେ ଅବିଭକ୍ତ ଏଲଜେପି ୨୦୧୯ରେ ୬ଟି ଲୋକସଭା ଆସନରେ ଲଢ଼ିଥିଲା। ବିଜେପି ସହ ଆସନ ବୁଝାମଣାର ଏକ ଅଂଶ ଭାବରେ ରାଜ୍ୟସଭା ଆସନ ପାଇଥିଲା। ତେଣୁ ଚିରାଗ ଚାହୁଁଛନ୍ତି ତାଙ୍କ ଦଳରେ ବିଭାଜନ ସତ୍ତ୍ୱେ ବିଜେପି ସମାନ ବ୍ୟବସ୍ଥାରେ ଆସନ ବୁଝାମଣା କରୁ। ହେଲେ ଏହାର ଅନ୍ୟ ଏକ ଗୋଷ୍ଠୀର ମୁଖ୍ୟ ଚିରାଗଙ୍କ କାକା ତଥା କେନ୍ଦ୍ରମନ୍ତ୍ରୀ ପଶୁପତି କୁମାର ପାରସ ଏବେ ଶାସକ ମେଣ୍ଟରେ ସାମିଲ ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button