ନୂଆ ଡିଭାଇଜ୍ : ହେଲମେଟ୍ ନପିନ୍ଧିଲେ ବାଇକ୍ ଚାଲିବନି

ନୂଆଦିଲ୍ଲୀ : ଭାରତରେ ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବ ହେଲମେଟ୍ ଡିଟେକ୍ସନ୍ ସିଷ୍ଟମ୍। ବିଦ୍ୟୁତ୍ ଚାଳିତ ସ୍କୁଟର ତିଆରି କରୁଥିବା କମ୍ପାନୀ ‘ଓଲା’ ଏହି ଟେକନିକ୍ ଉପରେ କାମ କରୁଛି।

ଖବର ଅନୁଯାୟୀ ‘ଓଲା’ ପ୍ରସ୍ତୁତ କରିଥିବା ନୂଆ ଡିଭାଇଜର ନାଁ ହେଲମେଟ୍ ଡିଟେକ୍ସନ୍ ସିଷ୍ଟମ୍। ଦୁଇଚକିଆ ଯାନ ପାଇଁ ଏହି ଡିଭାଇଜ୍ ପ୍ରସ୍ତୁତ କରାଯାଇଛି। ହେଲମେଟ୍ ଡିଟେକ୍ସନ୍ ସିଷ୍ଟମ୍ କ୍ୟାମେରା ମାଧ୍ୟମରେ ଚାଳକ ହେଲମେଟ୍ ପିନ୍ଧିଛନ୍ତି କି ନାହିଁ ଅନୁଧ୍ୟାନ କରିବ। ଚାଳକ ଯଦି ହେଲେମେଟ୍ ପିନ୍ଧିଥିବେ ତାହେଲେ ଭେହିକିଲ୍ କଣ୍ଟ୍ରୋଲ ୟୁନିଟିକୁ କନେକ୍ଟ କରିବ। ହେଲମେଟ୍ ପିନ୍ଧିନଥିଲେ ଅଟୋମେଟିକ୍ ବାଇକ ରାଇଡ୍ ମୋଡରୁ ପାର୍କ ମୋଡକୁ ସ୍ୱିଚ୍ ହୋଇଯାଇ ଗାଡି ବନ୍ଦ ହୋଇଯିବ।

କେବଳ ସେତିକି ନୁହେଁ ବାଇକ୍ ପାର୍କ ମୋଡକୁ ଆସିବା ପରେ ହେଲମେଟ୍ ପିନ୍ଧିବା ପାଇଁ ଚାଳକଙ୍କ ପାଖକୁ ଏକ ନୋଟିଫିକେସନ୍ ଆସିବ। ଯେତେବେଳେ ସିଷ୍ଟମକୁ ସିଗନାଲ୍ ଯିବ କି ଚାଳକ ହେଲମେଟ୍ ପିନ୍ଧିଲେ ତୁରନ୍ତ ପାର୍କ ମୋଡରୁ ରାଇଡ୍ ମୋଡକୁ ସ୍ୱିଚ୍ ହୋଇଯିବ। ଚାଳକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ‘ଓଲା’ ଏପରି ଡିଭାଇଜ୍ ପ୍ରସ୍ତୁତ କରିଛି।

ସୂଚନାଯୋଗ୍ୟ ସଡକ ଦୁର୍ଘଟଣାରେ ଦେଶରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଚାଲିଯାଉଛି। ଅଧିକ ଲୋକଙ୍କର ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟୁଛି। ସଡକ ପରିବହନ ମନ୍ତ୍ରାଳୟ ୨୦୨୧ ରିପୋର୍ଟ ଅନୁସାରେ ଦୁର୍ଘଟଣାରେ ପାଖାପାଖି ୧.୫୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏମଧ୍ୟରୁ ବାଇକ ଦୁର୍ଘଟଣା ମୃତ୍ୟୁ ସର୍ବାଧିକ। ହେଲମେଟ୍ ନପିନ୍ଧିବା ଏହାର ମୁଖ୍ୟ କାରଣ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button