ପୁରୀ ଜଗମୋହନ ନାଟମଣ୍ଡପ ମରାମତି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ପୁରୀ ଜଗମୋହନ ନାଟମଣ୍ଡପ ମରାମତି କାମ ଆସନ୍ତାକାଲି ଠାରୁ ଆରମ୍ଭ କରିବାକୁ ଏଏସଆଇକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ ଏଏସଆଇ ଚଳିତମାସ ୨୪ ତାରିଖ ଠାରୁ ମରାମତି ଆରମ୍ଭ କରିବାକୁ ଚାହୁଁଥିଲା। କିନ୍ତୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏହାକୁ ଅଗ୍ରାହ୍ୟ କରିଛନ୍ତି। ପ୍ରତି ୧୫ ଦିନ ବ୍ୟବଧାନରେ ମରାମତିର ଅଗ୍ରଗତି ରିପୋର୍ଟ ଆମିକସ କ୍ୟୁରୀ ହାଇକୋର୍ଟକୁ ଜଣାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଡିସେମ୍ବର ମାସରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଇଛି।

Leave a Reply

Your email address will not be published. Required fields are marked *

Back to top button