ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ ବଦଳିଲା

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖକୁ ଆଜି ନିର୍ବାଚନ ଆୟୋଗ ପରିବର୍ତ୍ତନ କରିଛନ୍ତି। ନଭେମ୍ବର ୨୩ ପରିବର୍ତ୍ତେ ସେହିମାସ ୨୫ ତାରିଖରେ ମତଦାନ ହେବ ବୋଲି ଘୋଷଣା କରାଯାଇଛି।

ଖବର ଅନୁଯାୟୀ ନଭେମ୍ବର ୨୩ରେ ଦେବ ଉଠାନି ଏକାଦଶୀ ଥିବାରୁ ସେଦିନ ବହୁ ସଂଖ୍ୟକ ବିବାହ କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ବିଭିନ୍ନ ସଂଗଠନମାନେ ମତଦାନ ତାରିଖ ପରିବର୍ତ୍ତନ କରିବାକୁ ଦାବି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ତାରିଖ ପରିବର୍ତ୍ତନ କରାଯାଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button