ରେଂଟୋକିଲ ପିସିଆଇ ଆରମ୍ଭ କରିଛି ମଶା ନିୟନ୍ତ୍ରଣ ଅଭିନବତ୍ୱ

ନୂଆଦିଲ୍ଲୀ : ଭାରତର ଅନ୍ୟତମ ଅଗ୍ରଣୀ କୀଟ ନିୟନ୍ତ୍ରଣ ସେବା ପ୍ରଦାନକାରୀ ରେଂଟୋକିଲ ପିସିଆଇ “ମଶା ନିୟନ୍ତ୍ରଣ ଅଭିନବତ୍ୱ” ଆରମ୍ଭ କରିଛି । ଏକ ଅଭିନବ ଉତ୍ପାଦଭିତିକ ସମାଧାନ, ଯାହା ଭାରତରେ ବୃଦ୍ଧି ପାଉଥିବା ମଶା-ଜାତ ରୋଗର ବିପଦକୁ ମୁକାବିଲା କରିବା ପାଇଁ ଉଦ୍ଦିଷ୍ଟ।

‘କୋଲ୍ଡ ଫଗିଙ୍ଗ’ ନାମରେ ଜଣାଶୁଣା, ଅଭିନବ ସମାଧାନରେ କୀଟନାଶକ ଏବଂ ଜଳର ମିଶ୍ରଣକୁ ଏକ କୁହୁଡି (ୟୁଏଲଭି) ମେସିନ ମାଧ୍ୟମରେ ଅତି ସୂକ୍ଷ୍ମ ମାଇକ୍ରୋନ-ଆକରର ବୁନ୍ଦା ଭାବରେ ବିସ୍ପୋରଣ କରାଯାଏ । ଏହା ଏକ ଗନ୍ଧହୀନ ଦ୍ରବଣ ଯାହା ଲକ୍ଷ୍ୟ କରାଯାଉନଥିବା ଅଂଚଳକୁ ଦୂଷିତ କରେ ନାହିଁ, ଯାହା ଏହାକୁ ପରିବେଶ ଅନୁକୂଳ କରିଥାଏ । ପାରମ୍ପାରିକ ତାପଜ ଫଗିଙ୍ଗ ସେବା ଅପେକ୍ଷା ବହୁତ ସାନ୍ତ ହୋଇଥିବା ଏହି ସେବା ଏକ ଦୀର୍ଘସ୍ଥାୟୀ ଅବଶିଷ୍ଟ ପ୍ରଭାବ ଛାଡିଥାଏ କାରଣ କୁହୁଡି କଣିକା ୧୦ -୧୨ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ, ଯାହା ବାୟୁରେ ବୟସ୍କ ମଶାମାନଙ୍କ ସହିତ ଅଧିକ ଯୋଗାଯୋଗ ସମୟ ସମକ୍ଷ କରିଥାଏ ।

ଉତ୍ପାଦ-ଭିତିକ ଅଭିନବତ୍ୱ ‘ମୋସ୍କଲିନ ଆଇଜି୧’ ଏକ ପରିବେଶ ଅନୁକୂଲ ମଶା ଜାଲ ଯାହା ଏଲଇଡି ଲାଇଟ ବ୍ୟବହାର କରି ମଶାଙ୍କୁ ଆକର୍ଷିତ କରିଥାଏ । ଏହି ଜାଲଟି ବିଶେଷ ଭାବେ ଜିକା ଭୂତାଣୁ ସଂକ୍ରମଣ କରୁଥିବା ମଶାମାନଙ୍କୁ ଧରିବା ଏବଂ ମାଗିବା ପାଇଁ ବୈଜ୍ଞାନିକ ଭାବରେ ପ୍ରମାଣିତ ହୋଇଛି । ମୋସକ୍ଲିନ ଆଇଜି୧ ବିପଦଜ୍ଜନକ ନୁହେଁ ଏବଂ ଏକ ଫୋଟୋକାଟାଲିଟିକ ପ୍ରତିକ୍ରିୟାରେ କାମ କରେ ଯାହା କାର୍ବନ ଡାଇଅକ୍ସାଇଡ ଛାଡିଥାଏ, ଯାହା ମଶାଙ୍କ ପାଇଁ ଅପ୍ରତିରୋଧ୍ୟ ହୋଇଥାଏ ଏବଂ ଏହିପରି ଡିହାଇଡ୍ରେସନ ଦ୍ୱାରା ମଶା ଧରିବା ଏବଂ ମାରିବା ସମ୍ଭବ ହୋଇଥାଏ । ଏହାର ଆକର୍ଷଣ ଏତିକିରେ ସରିଯାଇନି । ରେଂଟୋକିଲ ପିସିଆଇ ଖୁବ ଶୀଘ୍ର “ପିସିଆଇ ର ଆଂଟି-ମସକ୍ୱିଟୋ ରାକେଟ” ଉନ୍ମୋଚନ କରିବ । ଏହି ଉତ୍ପାଦଟି ପିସିଆଇ ବ୍ରାଣ୍ଡ ଅନ୍ତର୍ଗତ ରେଂଟୋକିଲ ପିସିଆଇର ଉପଭୋକ୍ତା ଉତ୍ପାଦ ପରିସର ମଧ୍ୟରେ ପ୍ରଥମ ମଶା ଉତ୍ପାଦ ହେବ।

ରେଂଟୋକିଲ ପିସିଆଇର ଏମଡି ଡେଭିଡ ଲୁଇସ କହିଲେ, “ମୌସୁମି ଋତୁ ଆରମ୍ଭ ମାଛି, ଗୋବର ମାଛି ଏବଂ ମଶା ଭଳି ରୋଗ ସୃଷ୍ଟି କରୁଥିବା କୀଟମାନଙ୍କ ପାଇଁ ଉତମ ସମୟର ସଙ୍କେତ ମଧ୍ୟ ଦେଇଥାଏ । ଏହି କୀଟମାନେ କାମୁଡିବା ଏବଂ ଖାଦ୍ୟ ଓ ପୃଷ୍ଠତଳକୁ ସଂକ୍ରମିତ କରିବା ଦ୍ୱାରା ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ବିଭିନ୍ନ ରୋଗ ବିସ୍ତାର କରିପାରନ୍ତି । ମଶା ନିୟନ୍ତ୍ରଣ ଅଭିନବତ୍ୱ ଏଭଳି ଆହ୍ୱାନର ମୁକାବିଲା କରିବାରେ ସାହାଯ୍ୟ କରିବ ଏବଂ ଏକ ନିରାପଦ, ଉନ୍ନତ ତଥା ଅଧିକ ସୁରକ୍ଷିତ ସମ୍ପ୍ରଦାୟ ସୁନିଶ୍ଚିତ କରୁଥିବା ସମାଧାନ ପ୍ରଦାନ କରିବ ।

Leave a Reply

Your email address will not be published. Required fields are marked *

Back to top button