ଝାରସୁଗୁଡ଼ା ଉପ-ନିର୍ବାଚନ : ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ଵର : ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ କଂଗ୍ରେସ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି। ଶ୍ରୀ ପାଣ୍ଡେ ଝାରସୁଗୁଡ଼ା ପୌରପାଳିକାର ୨ଥର ଅଧ୍ୟକ୍ଷ ଓ ୩ଥର ବିଧାୟକ ହୋଇଥିବା ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପୁଅ। ସେ ଜଣେ ଯୁବ ନେତା ଭାବେ ୧୯୯୫ ମସିହାରୁ କଂଗ୍ରେସ ଦଳର ଜଣେ ସକ୍ରିୟ ସଦସ୍ୟ ଭାବେ
କାର୍ଯ୍ୟ କରୁଛନ୍ତି।

ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ କଂଗ୍ରେସ ନେତୃବୃନ୍ଦ ତାଙ୍କ ଉପରେ ଭରସା କରିଥିବାରୁ ସେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button