ଦେହ ବ୍ୟବସାୟରେ ବିଦେଶୀ ଯୁବତୀ

ଗୋଆ : ଆନ୍ତର୍ଜାତୀୟ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ କରିଛି ଗୋଆ ପୋଲିସ। ରାକେଟ୍‌ରୁ କେନିଆ ଓ ଇସ୍ରାଏଲର ଅନେକ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।

ଖବର ଅନୁଯାୟୀ ଯୁବତୀମାନଙ୍କୁ ମସାଜ ପାର୍ଲର ଓ ହୋଟେଲରେ କାମ କରିବେ ବୋଲି କହି ଅଣା ଯାଇଥିଲା। ପରେ ସେମାନଙ୍କ ପାସପୋର୍ଟ ଓ ଭିସା ନିଆଯାଇ ଯୌନକର୍ମୀ ଭାବେ ବ୍ୟବହାର କରାଯାଉଥିଲା। ଏକ ସ୍ୱେଚ୍ଛାସେବୀ ସଂଗଠନର ସୂଚନା ଆଧାରରେ ପୋଲିସ ଚଦଉ କରି ଯୁବତୀମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କୁ ପଚରାଉଚରା ଜାରି ରଖିଛି। ଆଶା କରାଯାଉଛି ରାକେଟ୍‌ର କିଙ୍ଗପୁନ ଧରାପଡିବ।

ଉତ୍ତର ଗୋଆର ଏସପି ନିଧିନ ୱଲସନ୍ କହିଛନ୍ତି କେନିଆର ଦୁଇଜଣ ମହିଳା ଗୋଆର କିଛି ଏଜେଣ୍ଟଙ୍କ ସହାୟତାରେ ସେଠାରୁ ଯୁବତୀମାନଙ୍କୁ ଦେହ ବ୍ୟବସାୟ କାମରେ ଲଗାଇବାକୁ ଭାରତ ଆଣିଥିଲେ। ଭାରତରେ ମସାଜ ପାର୍ଲର ଓ ହୋଟେଲରେ କାମ କରିବାକୁ ସେମାନଙ୍କୁ କୁହାଯାଇଥିଲା। ବେଙ୍ଗାଲୁରୁରୁ ଆସିଥିବା କିଛି ପୀଡିତାଙ୍କ ବିଷୟରେ ଏକ ସ୍ଵେଚ୍ଛାସେବୀ ସଂଗଠନରୁ ସୂଚନା ମିଳିବା ପରେ ରାକେଟ୍‌ ବିଷୟରେ ଜଣାପଡିଥିଲା।

Leave a Reply

Your email address will not be published. Required fields are marked *

Back to top button