ଓଡ଼ିଶାକୁ ବାତ୍ୟା ଭୟ ନାହିଁ, ବୁଧବାର ପାଗ ବଦଳିବ

ଭୁବନେଶ୍ଵର : ସାମୁଦ୍ରିକ ବାତ୍ୟା ମିଗଜୋମ ଆଜି ଆନ୍ଧ୍ର ପ୍ରଦେଶର ନେଲୋର ଓ ମଛଲିପଟନମ ମଧ୍ୟରେ ସ୍ଥଳଭାଗ ଛୁଇଁଛି। ତେଣୁ ଓଡ଼ିଶା ପ୍ରତି ବାତ୍ୟା ଭୟ ନାହିଁ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବାତ୍ୟା ମିଗଜୋମ ସ୍ଥଳଭାଗ ଛୁଇଁବା ପରେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ଏହାର ପ୍ରଭାବରେ ନାରାୟଣ ପାଟଣା ଓ ପଟାଙ୍ଗି ଅଞ୍ଚଳରେ ସର୍ବାଧିକ ୨୫ ମିଲିମିଟର ବର୍ଷା ହୋଇଛି। ଆସନ୍ତାକାଲି ସୁଦ୍ଧା ପାଗ ବଦଳିବ। ବିଭାଗୀୟ ଅଧିକାରୀମାନଙ୍କୁ କ୍ଷୟକ୍ଷତି ରିପୋର୍ଟ ଖୁବ ଶୀଘ୍ର ଦେବା ପାଇଁ କୁହାଯାଇଥିବା ଏସଆରସି ସତ୍ୟବ୍ରତ ସାହୁ କହିଛନ୍ତି। ସେମାନେ ରିପୋର୍ଟ ଦେବାପରେ ଅନୁଧ୍ୟାନ କରାଯାଇ କ୍ଷତି ପୂରଣ ଦିଆଯିବ। ଟ୍ରେନ ବାତିଲ ଯୋଗୁଁ ଭୁବନେଶ୍ୱରରେ କିଛି ଅନ୍ୟ ରାଜ୍ୟର ଯାତ୍ରୀ ଅଟକି ରହିଛନ୍ତି। ସେମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇବାକୁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button