ଆର୍ଯ୍ୟନ ଖାନଙ୍କୁ ମିଳିଲା ଜାମିନ

ମୁମ୍ବାଇ : କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ଜେଲରେ ଥିବା ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଜାମିନ ମିଳିଛି। ତାଙ୍କୁ ବମ୍ବେ ହାଇକୋର୍ଟଙ୍କ ଜଣିକିଆ ବେଞ୍ଚ ଜାମିନ ପ୍ରଦାନ କରିଛନ୍ତି।

ଗୁରୁବାର ଶୁଣାଣି ବେଳେ ଏନସିବି ପକ୍ଷରୁ ଅତରିକ୍ତ ସଲିସିଟର ଜେନେରାଲ ଅନୀଲ ସିଂହ ଆର୍ଯ୍ୟନଙ୍କ ଜାମିନକୁ ଜୋରଦାର ବିରୋଧ କରିଥିଲେ। ସେ କହିଥିଲେ ଅକ୍ଟୋବର ୨ ତାରିଖରେ ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟି ହେଉଥିଲା। ସେଦିନ ଗାନ୍ଧି ଜୟନ୍ତୀ ଥିବାରୁ ଆର୍ଯ୍ୟନ ଓ ତାଙ୍କ ବନ୍ଧୁମାନେ ଏପରି କାମ କରିବାର ନଥିଲା। ଏହାଛଡା ଆର୍ଯ୍ୟନ ଖାନ ନିୟମିତ ଡ୍ରଗ୍ସ ସେବନ କରୁଥିଲେ ଓ କିଣୁଥିବାର ପ୍ରମାଣ ରହିଛି। ସେ ଜାମିନରେ ଗଲେ ସବୁ ପ୍ରମାଣକୁ ନଷ୍ଟ କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି ବୋଲି ଯୁକ୍ତି ରଖିଥିଲେ।

ସୂଚନାଯୋଗ୍ୟ ଅକ୍ଟୋବର ମୁମ୍ବାଇ କ୍ରୁଜ ପାର୍ଟିରେ ଏନସିବିର ଗୋଟିଏ ଟିମ ରେଡ୍‌ କରି ଆର୍ଯ୍ୟନଙ୍କ ସମେତ ୧୧ ଜଣଙ୍କୁ ଅଟକ ରଖିଥିଲା। ପରଦିନ ୧୧ ଜଣଙ୍କ ମଧ୍ୟରୁ ଆର୍ଯ୍ୟନଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଥିଲା। ପରେ ଆଉ ୧୨ ଜଣ ଗିରଫ ହୋଇଛନ୍ତି। ଆର୍ଯ୍ୟନ ଡ୍ରଗ୍ସ ବିକ୍ରେତାଙ୍କ ସହ ଯୋଗାଯୋଗ ରଖିଥିବାରୁ ତାଙ୍କୁ ଅକ୍ଟୋବର ୮ରେ ଆର୍ଥର ରୋଡ ଜେଲ୍‌କୁ ପଠାଇ ଦିଆଯାଇଥିଲା। ସେହିଦିନଠାରୁ ସେ ଜେଲ୍‌ରେ ରହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button