ମହିଳା ଓ ପ୍ରେମିକଙ୍କ ମୃତଦେହ ଉଦ୍ଧାର

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲାରେ ଅଭାବନୀୟ ଘଟଣା। ସ୍ୱାମୀଙ୍କୁ ଛାଡି ଫେରାର ହୋଇଥିବା ମହିଳା ଓ ପ୍ରେମିକଙ୍କ ମୃତଦେହ ଆଜି ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ି ନାହିଁ।
ଖବର ଅନୁଯାୟୀ ଚନ୍ଦାହାଣ୍ଡି ଥାନା ଶରଧାପୁର ଗାଁର ଜନୈକ ଯୁବତୀ ବର୍ଷେ ତଳେ ନୂଆପଡା ଜିଲ୍ଲା ସିନାପାଲି ଗ୍ରାମରେ ବିବାହ କରିଥିଲେ। ଶାଶୂ ଘରେ ରହିବା ପରେ ବାପଘର ଶରଧାପୁରକୁ ଆସି ୧୫ ଦିନ ତଳେ ଗାଁର ପ୍ରେମିକଙ୍କ ସହିତ ପଳାଇ ଯାଇଥିଲେ। ଝିଅ ନିଖୋଜ ହେବାରୁ ପରିବାର ଲୋକେ ଚାରିଆଡ଼େ ଖୋଜି ପାଇନଥିଲେ। ଗତକାଲି ରାତିରେ ଦୁହେଁ ଘରକୁ ଫେରିଥିଲେ ହେଁ ଆଜି ସକାଳେ ଦୁଇଜଣଙ୍କ ମୃତଦେହ ନିକଟସ୍ଥ ବବୁଲ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଥାନାକୁ ଖବର ଦେବାରୁ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।