ଜମିଜମା ବିବାଦ : ୫ ଜଣଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା

ପାଟନା : ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ। ଟ୍ରାକ୍ଟର ମଡାଇ ଦେବାରୁ ୫ ଜଣଙ୍କର ମୃତ୍ୟୁ। ଏହି ଘଟଣା ବିହାରର ରୁସ୍ତମପୁର ଥାନା ଅନ୍ତର୍ଗତ କର୍ମୋପୁର ଗ୍ରାମରେ ଘଟିଛି।

ଖବର ଅନୁଯାୟୀ ରୁସ୍ତମପୁର ଥାନା ଅନ୍ତର୍ଗତ କର୍ମୋପୁର ଗ୍ରାମର ଦୁଇ ପରିବାର ମଧ୍ୟରେ ଜମିଜମା ବିବାଦ ରହିଥିଲା। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ଏହି ସମୟରେ ହିଂସା ଉଗ୍ର ରୂପ ନେବାରୁ ଗୋଟିଏ ପକ୍ଷର ଲୋକ ଅନ୍ୟ ପକ୍ଷର ଲୋକଙ୍କ ଉପରେ ଟ୍ରାକ୍ଟର ମଡାଇ ଦେବା ଫଳରେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଉଭୟ ପକ୍ଷ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨ଟି ମାମଲା ରୁଜୁ କରିଛି। ଦୁଇ ପକ୍ଷରୁ ଦୁଇଜଣଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button