ଅଜିତ ମହାନ୍ତି ହେଲେ ଆଟୋମିକ ଏନର୍ଜି କମିଶନର ଅଧ୍ୟକ୍ଷ

ଭୁବନେଶ୍ଵର : କେନ୍ଦ୍ର ସରକାର ଓଡ଼ିଆ ପୁଅ ଡ. ଅଜିତ କୁମାର ମହାନ୍ତିଙ୍କୁ ଆଉ ଦୁଇଟି ଗୁରୁଦାୟିତ୍ୱ ଦେଇଛନ୍ତି। ସେ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଥିଲେ। ଏବେ ତାଙ୍କୁ ଆଟୋମିକ ଏନର୍ଜି ଡିପାର୍ଟମେଣ୍ଟର ସଚିବ ଓ ଆଟୋମିକ ଏନର୍ଜି କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ୬୬ ବର୍ଷ ଅର୍ଥାତ୍‌ ୧୦.୧୦.୨୦୨୫ ପର୍ଯ୍ୟନ୍ତ ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସେ ଦାୟିତ୍ୱ ତୁଲାଇବେ।

ସୂଚନଯୋଗ୍ୟ ଡ. ଅଜିତ କୁମାର ମହାନ୍ତିଙ୍କୁ ୨୦୧୯ ମାର୍ଚ୍ଚ ୧୨ ତାରିଖରେ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରର ତ୍ରୟୋଦଶତମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା। ୧୯୫୯ ମସିହାରେ ତାଙ୍କର ଜନ୍ମ। ୧୯୭୯ରେ ବାରିପଦା ସ୍ଥିତ ମହରାଜା ପୂର୍ଣ୍ଣଚନ୍ଦ୍ର କଲେଜରୁ ପଦାର୍ଥ ବିଜ୍ଞାନ ସମ୍ମାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ରେଭେନସା କଲେଜରେ ପିଜି କରିଥିଲେ। ୧୯୮୩ରେ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରର ନ୍ୟୁକ୍ଲିୟର ଫିଜିକ୍ସ ଡିଭିଜନରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button