କୋଏଲ ନଦୀରେ ବୁଡିଗଲେ ଦୁଇ ଛାତ୍ର

ରାଉରକେଲା : ରାଉରକେଲାରେ ଅଭାବନୀୟ ଘଟଣା। କୋଏଲ ନଦୀରେ ବୁଡି ଦୁଇଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। ସେମାନେ ବାସନ୍ତୀ କଲୋନି ଡ଼ିଏଭି ସ୍କୁଲ ଛାତ୍ର। ଘର ଲେବରଟେନମେଣ୍ଟରେl
ଖବର ଅନୁଯାୟୀ ଶନିବାର ସ୍କୁଲ ଛୁଟି ପରେ ଛାତ୍ରମାନେ ଏକାଠି ହୋଇ ପ୍ରଧାନପାଲି ରେଳପୋଲ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଦୁହେଁ ବୁଡିଯାଇଥିଲେ। ମୃତକଙ୍କ ନାଁ ପ୍ରିୟାଂଶୁ ଭୋଳ ଓ ରଞ୍ଜନ ପାଢ଼ୀ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି।