ବିମାନରେ ଏୟାର ହୋଷ୍ଟେସ୍‌ଙ୍କୁ ଅସଦାଚରଣ : ଯୁବକ ଗିରଫ

ନୂଆଦିଲ୍ଲୀ : ଇଣ୍ଡିଗୋ ବିମାନରେ ଏୟାର ହୋଷ୍ଟେସ୍ ଅସଦାଚରଣ। ଏଭଳି କାଣ୍ଡ କରିଥିବା ଯୁବକଙ୍କ ନାଁ ରାନ୍ଧୀର ସିଂ। ସେ ରାଜସ୍ଥାନ ସିକର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି।

ଖବର ଅନୁଯାୟୀ ଶୁକ୍ରବାର ଜୟପୁରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଫ୍ଲାଇଟରେ ଯାତ୍ରା କରୁଥିବା ରାନ୍ଧୀର ସିଂ ମଦ୍ୟପାନ କରି ଏୟାର ହୋଷ୍ଟେସଙ୍କୁ ଅସଦାଚରଣ କରିଥିଲେ। ତାଙ୍କୁ ବାରମ୍ବାର ମନା କରିବା ସତ୍ତ୍ୱେ ସେ ଏୟାର ହୋଷ୍ଟେସଙ୍କ ହାତ ଧରିଥିବା ଅଭିଯୋଗ ହୋଇଛି। ତେବେ ଏନେଇ ବିମାନରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀମାନେ ବିମାନ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ଘଟଣାର ଗମ୍ଭୀରତାକୁ ଦେଖି ବିମାନ ଅଧିକାରୀ ଅଭିଯୁକ୍ତ ଯାତ୍ରୀଙ୍କୁ ଜଣେ ଅନଭିଜ୍ଞ ଯାତ୍ରୀ ବୋଲି ଘୋଷଣା କରିଥିଲେ। ଶନିବାର ଜଣେ ଇଣ୍ଡିଗୋ ଅଧିକାରୀ ବିମାନବନ୍ଦର ପୋଲିସ ନିକଟରେ ଅଭିଯୋଗ କରିବାରୁ ରବିବାର ରାନ୍ଧୀର ସିଂଙ୍କୁ ଗିରଫ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button