ମାସକରେ ପିଆଜ ମୂଲ୍ୟ ଦୁଇଗୁଣ

ଭୁବନେଶ୍ଵର : ପିଆଜ ଦର ହଠାତ୍‌ ଉପରମୁହାଁ। ମାସକ ଭିତରେ ଦୁଇଗୁଣ ହୋଇଯାଇଥିବାରୁ ଖାଉଟିଙ୍କୁ ଚିନ୍ତାରେ ପକାଇଛି।

ଖବର ଅନୁଯାୟୀ ମାସକ ତଳେ ପିଆଜ କିଲୋ ୨୫ ଟଙ୍କାରେ ବିକ୍ରି ହେଉଥିଲା। ଏବେ ୫୦ ଟଙ୍କାରେ ପହଞ୍ଚିଥିବା ବେଳେ କେତେକ ସ୍ଥାନରେ ୬୦ ଟଙ୍କାରେ ବିକ୍ରି ହେଉଛି। ନାସିକରେ ପିଆଜ ମହଙ୍ଗା ହେବାରୁ ଏହାର ପ୍ରଭାବ ଓଡ଼ିଶାରେ ପଡ଼ୁଥିବା କୁହାଯାଉଛି। ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଓଡ଼ିଶା ବଜାରକୁ ଦୈନିକ ୧୫ଶହ ଟନ ଓ ବାର୍ଷିକ ୫ରୁ ସାଢେ ୫ ଲକ୍ଷ ଟନ ପିଆଜ ଆବଶ୍ୟକ। ବର୍ଷା ଯୋଗୁ ସାରା ଦେଶରେ ପିଆଜ ଅମଳ ବାଧାପ୍ରାପ୍ତ ହେବାଯୋଗୁ ଦର ବୃଦ୍ଧି ହୋଇଛି। ସାଧାରଣତଃ ପ୍ରତିବର୍ଷ ଅଗଷ୍ଟରୁ ନଭେମ୍ବର ପିଆଜ ଦର ବୃଦ୍ଧି ହୋଇଥାଏ। ମାତ୍ର ଏଥର ବିଳମ୍ବରେ ରେଟ୍‌ ବଢ଼ିଛି। ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ ନିୟନ୍ତ୍ରଣକୁ ଆସିଯିବ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button