ଜି-୨୦ ସମ୍ମିଳନୀ ଦିଲ୍ଲୀବାସୀ ଅସୁବିଧାର ସାମ୍ନା କରିବେ, କ୍ଷମା ମାଗିଛନ୍ତି ମୋଦୀ

ନୂଆଦିଲ୍ଲୀ : ସେପ୍ଟେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଦିଲ୍ଲୀ ସରକାରଙ୍କ ସର୍କୁଲାର ଅନୁଯାୟୀ ସହରର ସମସ୍ତ ସ୍କୁଲ, କଲେଜ ଓ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ କାର୍ଯ୍ୟାଳୟ ତିନିଦିନ ବନ୍ଦ ରହିବ।

ଖବର ଅନୁଯାୟୀ ସୁରକ୍ଷା କାରଣରୁ ଏହି ଛୁଟିଦିନରେ ସୁପ୍ରିମକୋର୍ଟ ଓ କେନ୍ଦ୍ରୀୟ ସଚିବାଳୟ ସମେତ କେତେକ ମେଟ୍ରୋ ଷ୍ଟେସନ ବନ୍ଦ ହେବାର ସମ୍ଭାବନା ରହିଛି। ଅତ୍ୟାବଶ୍ୟକ ସେବା ବ୍ୟତୀତ ଭାରୀ ଯାନଗୁଡିକ ୮ ରୁ ୧୦ ସେପ୍ଟେମ୍ବର ମଧ୍ୟରେ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ। ଏପରିକି ଦିଲ୍ଲୀବାସୀଙ୍କୁ କିଛିରାସ୍ତା ଦେଇ ଯିବାକୁ ଅନୁମତି ଦିଆଯିବନି। ଏହି କାରଣରୁ ସେ‌‌ପ୍ଟେମ୍ବର ୫ରୁ ସେ‌‌ପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଦିଲ୍ଲୀବାସୀଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିପାରେ।

ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀବାସୀଙ୍କୁ କ୍ଷମା ମାଗିଛନ୍ତି। ମୋଦୀ କହିଛନ୍ତି ଯେଉଁମାନେ ଜି-୨୦ ସମ୍ମିଳନୀକୁ ଆସିବେ ସେମାନେ ଆମର ଅତିଥି। ତେଣୁ ସେମାନଙ୍କ ସ୍ଵାଗତ ପାଇଁ ଦିଲ୍ଲୀବାସୀ ଯେଉଁ ସବୁ ଆସୁଥିବାର ସମ୍ମୁଖୀନ ହେବେ ସେଥିପାଇଁ ଆପଣମାନଙ୍କୁ ମୁଁ ଆଗରୁ କ୍ଷମା ମାଗୁଛି।

ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ସେପ୍ଟେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଜି-୨୦ ସମ୍ମିଳନୀ ସୁରକ୍ଷା ପାଇଁ ଦିଲ୍ଲୀ ପୁଲିସ ମୁଖ୍ୟ ଭାବରେ ନୋଡାଲ ଏଜେନ୍ସି ସହ ସମସ୍ତ ଅର୍ଦ୍ଧସାମରିକ ବଳର ଯବାନମାନଙ୍କୁ ନିୟୋଜିତ କରାଯିବ। ଏଥିସହିତ ସୁରକ୍ଷା ବ୍ୟବସ୍ଥାରେ ସିଆରପିଏଫର ୫୦ଟି ଟିମକୁ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ପାଖାପାଖି ୧ ହଜାର ଯବାନ ସାମିଲ ହେବୋ

Leave a Reply

Your email address will not be published. Required fields are marked *

Back to top button