ସମ୍ବଲପୁର : ସକାଳ ୭ରୁ ସଂଧ୍ୟା ୬ଟା କର୍ଫ୍ୟୁ କୋହଳ

ସମ୍ବଲପୁର : ସମ୍ବଲପୁରରେ ଶାନ୍ତି ଫେରୁଥିବା ବେଳେ ସହରରେ ସ୍ଵାଭାବିକ ହେଉଛି ଜୀବନଯାତ୍ରା। ଏହାକୁ ଦୃଷ୍ଟିରେ ରଖି ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି।

ଖବର ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ସହରରେ ୪୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୋଲିସ ପ୍ରଶାସନ ସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ମୋବାଇଲ ନେଟୱାର୍କ ଆଜିଠାରୁ ୨୨ ତାରିଖ ଦିନ ୧୦ଟା ଯାଏଁ ବନ୍ଦ ରହିବ। କିନ୍ତୁ ଜିଲ୍ଲାରେ ଦିନ ୧୦ଟାରୁ ସଂଧ୍ୟା ୫ଟା ଯାଏଁ ବ୍ରଣ୍ଡ ବ୍ୟାଣ୍ଡ ସେବା ଓ ଲିଜ୍ ଲାଇନ୍ କାମ କରିବ।

Leave a Reply

Your email address will not be published. Required fields are marked *

Back to top button