ପୋଷ୍ୟ ହେବାପରେ ମୂଳ ପରିବାର ସଂପତ୍ତିରେ ହକ ରହିବନି

ହାଇଦ୍ରାବାଦ : ପୋଷ୍ୟ ସନ୍ତାନ କ୍ଷେତ୍ରରେ ତେଲେଙ୍ଗାନା ହାଇକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ପୋଷ୍ୟ ହେବା ପରେ ନିଜ ମୂଳ ପରିବାରର କୌଣସି ସଂପତ୍ତିରେ ତାଙ୍କର ହକ ରହିବ ନାହିଁ।

ତେଲେଙ୍ଗାନା ହାଇକୋର୍ଟର ଜଷ୍ଟିସ ପି ନବୀନ ରାଓ, ଜଷ୍ଟିସ ବି ବିଜୟସେନ ରେଡ୍ଡୀ ଓ ଜଷ୍ଟିସ ନାଗେଶ ଭୀମାପାକାଙ୍କୁ ନେଇ ଗଠିତ ଖଣ୍ଡପୀଠ ଜୁନ୍ ୨୭ରେ ଏ ସମ୍ପର୍କରେ ଏକ ରାୟ ଦେଇଛନ୍ତି। ଏଥିରେ କହିଛନ୍ତି ଯଦି ପୋଷ୍ୟ ସନ୍ତାନ ଗ୍ରହଣ ପୂର୍ବରୁ ସଂପତ୍ତି ଭାଗ ହୁଏ ଓ ପୋଷ୍ୟ ସନ୍ତାନକୁ ସମ୍ପତ୍ତି ଆବଣ୍ଟନ କରାଯାଏ ଏକ୍ଷେତ୍ରରେ ସେ ସମ୍ପତ୍ତିକୁ ପୋଷ୍ୟ ପରିବାରକୁ ନେଇପାରିବେ। କିନ୍ତୁ ପୋଷ୍ୟ ହେବା ପରେ ନିଜ ମୂଳ ପରିବାରର କୌଣସି ସଂପତ୍ତିରେ ହକ ରହିବ ନାହିଁ।

ସୂଚନାଯୋଗ୍ୟ ଏହି ମାମଲାଟି ୧୯୭୭ରେ ପାରିବାରିକ ସମ୍ପତ୍ତିର ବିଭାଜନ ଓ ପୃଥକ ଅଧିକାର ପାଇଁ ସିଭିଲ କୋର୍ଟରେ ଦାୟର କରାଯାଇଥିଲା। ଅଭିଯୋଗକାରୀଙ୍କୁ ତାଙ୍କ ମାମୁଁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ପୋଷ୍ୟ ସନ୍ତାନ ଗ୍ରହଣ କରିବା ବିଷୟରେ ଜାଣିବା ପରେ ସେ ତାଙ୍କ ଜନ୍ମ ପରିବାରର ସମ୍ପତ୍ତିରେ ଭାଗ ମାଗିବା ପାଇଁ ଏକ ମାମଲା ଦାୟର କରିଥିଲେ। ହାଇକୋର୍ଟର ରାୟ ଶୁଣାଇଥିଲେ।

Leave a Reply

Your email address will not be published. Required fields are marked *

Back to top button