୩ଟି ଜିଲ୍ଲାରେ ୨୩ରୁ ଖୋଲିବ ସ୍କୁଲ

ଭୁବନେଶ୍ଵର : ଗ୍ରୀଷ୍ମପ୍ରବାହ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ୭ଟି ଜିଲ୍ଲାର ଜିଲ୍ଲାପାଳମାନେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କହିଥିଲା। ସେହି କ୍ରମରେ ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଆସନ୍ତା ୨୩ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ଖବର ଅନୁଯାୟୀ ୨୩ ଓ ୨୪ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସ୍କୁଲ ସକାଳୁଆ ହେବ। ସକାଳ ସାଢ଼େ ୬ଟାରୁ ସାଢ଼େ ୯ ଯାଏ ସ୍କୁଲ ଚାଲିବ। ସାଢ଼େ ୮ଟାରୁ ୯ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ ଦିଆଯିବ। ୨୫ ତାରିଖ ରବିବାର ପଡ଼ୁଥିବାରୁ ୨୬ ତାରିଖରେ ଜିଲ୍ଲାର ସମସ୍ତ ସ୍କୁଲ ସ୍ୱାଭାବିକ ସମୟରେ ଚାଲିବ।

ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ୨୩ ତାରିଖରୁ ସକାଳ ସାଢ଼େ ୬ଟାରୁ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ୨୬ରୁ ସ୍ୱାଭାବିକ ସମୟରେ ସ୍କୁଲ ଖୋଲିବ। ସେହିପରି ନୂଆପଡ଼ା ଜିଲ୍ଲାରେ ସକାଳ ସାଢ଼େ ୬ଟାରୁ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ସାଢ଼େ ୮ଟାରୁ ୯ ମଧ୍ୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାଛଡା ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲ୍ଲାରେ ୨୨ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏସବୁ ଜିଲ୍ଲାରେ ୨୨ରୁ ୨୪ ତାରିଖ ଯାଏ ସ୍କୁଲ ଗୁଡ଼ିକ ସକାଳୁଆ ହେବ। ସମ୍ବଲପୁର ଓ ଝାରସୁଗୁଡ଼ାରେ ସକାଳ ସାଢ଼େ ୬ଟାରୁ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ସେହିପରି ବଲାଙ୍ଗିରରେ ସାଢ଼େ ୬ଟାରୁ ସାଢ଼େ ୧୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବ।

Leave a Reply

Your email address will not be published. Required fields are marked *

Back to top button