ବସ୍‌ର ପ୍ରଥମ ପାସେଞ୍ଜର ଭାବେ ମହିଳାଙ୍କୁ ବାରଣ କଲେ ତଣ୍ଡ ଗଣିବେ ମାଲିକ

ଭୁବନେଶ୍ଵର : ଯଦି ମହିଳାଙ୍କୁ ପ୍ରଥମେ ବସ୍ ଉପରେ ଚଢ଼ିବା ପାଇଁ ବାରଣ କରାଯାଏ ତେବେ ସଂପୃକ୍ତ ବସ୍ ମାଲିକଙ୍କ ବିରୋଧରେ ଇ-ଚାଲାଣ କଟାଯିବ। ରାଜ୍ୟର ସମସ୍ତ ଆରଟିଓମାନଙ୍କୁ ରାଜ୍ୟ ପରିବହନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ ପରିବହନ ସଚିବ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ମହିଳାଙ୍କୁ ପ୍ରଥମ ପାସେଞ୍ଜର ଭାବେ ବାରଣ କଲେ ଦଣ୍ଡ ଦିଆଯିବ। ତେଣୁ କୌଣସି ବସ କର୍ମଚାରୀ ପ୍ରଥମେ ପାସେଞ୍ଜର ଭାବେ ଉଠାଇବାକୁ ବାରଣ କଲେ ବସ୍ ମାଲିକ ତଣ୍ଡ ଗଣିବେ। ଅନ୍ୟପକ୍ଷରେ ଏଭଳି ନିର୍ଦ୍ଦେଶନାମା ପରେ କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ବସ ମାଲିକ ସଂଘ ପକ୍ଷରୁ ବସର କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ସରକାରୀ ନିୟମ ପାଳନ ପାଇଁ ମାଇକ ଜରିଆରେ ପ୍ରଚାର କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button