୨୨ରୁ ବିଧାନସଭା : ୨୧ରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ଵର : ଆସନ୍ତା ଆଗାମୀ ୨୨ ତାରଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅକ୍ଟୋବର ୪ ଯାଏ ଚାଲିବ। ୨୧ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ଏଥିପାଇଁ ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ହେବ ବୋଲି ସୂଚନା ମିଳିଛି। ତେବେ କିଏ ହେବେ ବାଚସ୍ପତି ତାହାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା।

ଖବର ଅନୁଯାୟୀ ଗତବର୍ଷ ଜୁନ୍ ମାସରେ ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେବାପରେ ବିକ୍ରମ କେଶରୀ ଆରୁଖ ଏହି ଆସନରେ ବସିଥିଲେ। ଚଳିତବର୍ଷ ମେ’ ୧୨ ତାରିଖରେ ଶ୍ରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ହୋଇଥିଲେ। ମେ’ ୨୨ରେ ତାଙ୍କୁ ମିଳିଥିଲା ଅର୍ଥ ବିଭାଗ। ପୂର୍ବରୁ ଏହି ବିଭାଗ ମନ୍ତ୍ରୀ ଥିଲେ ନିରଞ୍ଜନ ପୂଜାରୀ।ନିରଞ୍ଜନ ପୂଜାରୀ ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାରା ମନ୍ତ୍ରୀ ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button