ନଗଦାରେ ନିଆଁ ଲାଗି ୩ ଶହ କୁଇଣ୍ଟାଲ ଧାନ ଜଳିଗଲା

ଭବାନୀପାଟଣା : ଗୋଲାମୁଣ୍ଡା ତହସିଲ ଉଛଲା ଗାଁର ବାଗପଡ଼ାରେ ଧାନ ଖଳାରେ ନିଆଁ ଲାଗିବାରୁ ପ୍ରାୟ ୩୦୦ କୁଇଣ୍ଟାଲରୁ ଅଧିକ ଧାନ ଜଳିଯାଇଛି।
ଖବର ଅନୁଯାୟୀ ଖଳାରେ ୬ ରୁ ୭ ଜଣ ଚାଷୀ ଧାନ ଗଦା ଦେଇଥିଲେ। ବୁଧବାର କୌଣସି କାରଣରୁ ସେଠାରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋଲେ ନିଆଁକୁ ଲିଭାଇବା ପାଇଁ ଆପ୍ରାଣଚେଷ୍ଟା କରି ବିଫଳ ହୋଇଥିଲେ। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସେତେବେଳେକୁ ୮୦ ଭାଗ ଧାନ ପୋଡି ପାଉଁଶ ହୋଇଯାଇଥିଲା।