୨୦୦ ୟୁନିଟ୍ ଦେୟମୁକ୍ତ ବିଜୁଳି ପାଇଁ ଆପ୍‌ କରିବ ଦସ୍ତଖତ ଅଭିଯାନ

ଭୁବନେଶ୍ୱର : ରାଜ୍ୟରେ ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ୍ ଦେୟ ମୁକ୍ତ ବିଜୁଳି ଦେବାକୁ ରାଜ୍ୟ ସରକାର ମାସକ ଭିତରେ ଘୋଷଣା କରନ୍ତୁ। ଏଥିପାଇଁ ଆମ୍ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ଦସ୍ତଖତ ଅଭିଯାନକୁ ତୀବ୍ର କରାଯିବ। ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଜି ଏହି ନିଷ୍ପତ୍ତି ହୋଇଛି।

ଖବର ଅନୁଯାୟୀ ରାଜଧାନୀ ଭୁବନେଶ୍ଵରର ଲୋହିଆ ଏକାଡେମୀରେ ଶନିବାର ଆମ୍ ଆଦମୀ ପାର୍ଟି (ଆପ୍‌)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ୨୦୨୪ ସାଧାରଣ ନିର୍ବାଚନରେ ଦଳ କିପରି ଲଢିବ ଆଲୋଚନା କରାଯାଇଥିଲା। ଏଥିସହ ରାଜ୍ୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ଓଡ଼ିଶାର ସମସ୍ତ ଜିଲ୍ଲାର ସଭାପତି ଉପସ୍ଥିତ ଥିଲେ।

ଏ ସମ୍ପର୍କରେ ଆପ୍‌ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ପ୍ରତ୍ୟେକ ପରିବାରକୁ ଦେୟ ମୁକ୍ତ ବିଜୁଳି ଘୋଷଣା ପାଇଁ ସବୁ ଜିଲ୍ଲାରେ ଦସ୍ତଖତ ଅଭିଯାନକୁ ତୀବ୍ର କରାଯିବ। ପିଛିଲା ତାରିଖରୁ ମିଟରରେ ଦିଆଯାଉଥିବା ପାଣି ପାଇଁ ଦେୟ ଆଦାୟକୁ ଆପ୍ ବିରୋଧ କରିବା ସହିତ ଦେୟମୁକ୍ତ ପାନୀୟ ଜଳ ଯୋଗାଇ ଦେବାକୁ ଦାବି କରୁଛି। ଏହି କାର୍ଯ୍ୟକାରୀରେ ଗୃହୀତ ଦୁଇଟି ପ୍ରସ୍ତାବରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଭ୍ରଷ୍ଟାଚାର ଓ ବିଫଳତା ବିରୋଧରେ ଲୋକଙ୍କୁ ସଚେତନ କରାଯିବ। ସଡ଼କରୁ ବିଧାନସଭା ଯାଏଁ ହେବ ତୀବ୍ର ଆନ୍ଦୋଳନ।

Leave a Reply

Your email address will not be published. Required fields are marked *

Back to top button