ବାଲିଗୁଡାରେ ବାଘ ଆତଙ୍କ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର ବଡ଼ଗାଁ ନିକଟ ଖଡ଼ଗ ନଦୀ କୂଳରେ ବାଘ। ଗତକାଲି ରାତିରେ ପମ୍ପ ହାଉସ ନିକଟରେ ଦୁଇଟି ବାଘକୁ ଦେଖିଥିବା ପମ୍ପ ହାଉସ କର୍ମଚାରୀ ପ୍ରକାଶ କରିଛନ୍ତି।
ଖବର ଅନୁଯାୟୀ ପମ୍ପ ହାଉସ କର୍ମଚାରୀ କୁମୁଦ ମଲିକ ସୂଚନ ହେଲା ଗତକାଲି ରାତି ୯ଟା ବେଳେ ମଟର ଚଲାଇବା ପାଇଁ ଜଣେ ସହକର୍ମୀଙ୍କ ସହିତ ନଦୀ ପାଖକୁ ଯାଇଥିଲି। ସେତେବେଳେ ଆମେ ଗର୍ଜନ ଶୁଣିବାରୁ ଆମେ ନଦୀ ଆଡ଼କୁ ଲାଇଟ ପକାଇବାରୁ ବାଘ ବୋଲି ଜାଣିବା ପରେ ମଧ୍ୟ ସନ୍ଦେହ ହୋଇଥିଲା। ସେଥିପାଇଁ ଟିକେ ପାଖକୁ ଯାଇ ଲାଇଟ ପକାଇବାରୁ ବାଘ ବୁଲିପଡ଼ି ଆମ ଆଡ଼କୁ ଧାଇଁଲା। ଆଉ ଆମେ ପମ୍ପ ହାଉସ ପରିସରରେ ଘରେ ପଶି କବାଟ ବନ୍ଦ କରି ଦେଇଥିଲୁ। ଆମେ ଘଟଣା ସଂପର୍କରେ କନିଷ୍ଠ ଯନ୍ତ୍ରୀଙ୍କୁ ସୂଚନା ଦେବା ପରେ ସେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଦ ଚିହ୍ନ ଠାବ କରିଛନ୍ତି। ଦୁଇଟି କଲରାପତରିଆ ବାଘ ହୋଇଥିବେ ବୋଲି କୁହାଯାଉଛି।