କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାକୃତିକ ତୈଳର ସନ୍ଧାନ

କେନ୍ଦ୍ରାପଡା : ମାର୍ଶାଘାଇ ବ୍ଲକ୍ ଯମପଡା ପଂଚାୟତର ଗଉଡଗାଁରେ ପ୍ରାକୃତିକ ତୈଳ ଓ ଗ୍ୟାସ୍‌। ସେଥିପାଇଁ ଚିହ୍ନଟ ହୋଇଥିବା ଜମିନେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଦୁଇଦିନ ଧରି ଚାଲିବ।

ଖବର ଅନୁଯାୟୀ ମହାନଦୀ ଅବବାହିକାର କରାଣ୍ଡିଆ ନଦୀ ପାର୍ଶ୍ୱରେ ପ୍ରାକୃତିକ ତୈଳର ସଂଧାନ ମିଳିଛି। ଅଏଲ୍ ଇଣ୍ଡିଆ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କାର୍ଯ୍ୟ ଶେଷ ହେବାପରେ ଆଜିଠାରୁ ଅନୁକମ୍ପା ରାଶି ପ୍ରଦାନ ଆରମ୍ଭ ହୋଇଛି। ମାଟିତଳ ହାଇଡ୍ରୋକାର୍ବନ ଉତ୍ତୋଳନ ନିମନ୍ତେ ପ୍ରାୟ ୧୦ ଏକର ୭୪ ଡିସିମିଲ ଜମି ଚିହ୍ନଟ ହୋଇଥିବା ବେଳେ ଏହି ଜମି ପାଇଁ ୧୧୪ ଜଣ ଲୋକଙ୍କୁ ୧ କୋଟି ୬୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯିବ। ଏହି ଜମିକୁ ୩ ବର୍ଷ ପାଇଁ ଲିଜ୍ ଆକାରରେ ନେବେ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button