ଉତ୍ତରଗାଜା : ହମାସର ସମସ୍ତ ଶିବିର ମାଟିରେ ମିିଶିଲା

ତେଲ ଅବିଭ : ଆତଙ୍କବାଦୀ ସଂଗଠନ ହମାସକୁ ମୂଳପୋଛ କରିବାକୁ ଇସ୍ରାଏଲ ଆରମ୍ଭ କରିଥିବା ଅଭିଯାନରେ ସେନାକୁ ସଫଳତା ମିଳିଛି। ଗାଜାରେ ହମାସର ସଂସଦ ଆଇଡିଏଫ କବଜା କରିଥିବା ଫଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ ହମାସ ସଂସଦ ଉପରେ ଇସ୍ରାଏଲ ପତାକା ଉଡୁଥିବା ଦେଖିବାକୁ ମିଳିଛି। ସ୍ପିକର ଆସନରେ ବସିଛନ୍ତି ଇସ୍ରାଏଲ ସେନା।

ଖବର ଅନୁଯାୟୀ ଇସ୍ରାଏଲର ପ୍ରତିରକ୍ଷାମନ୍ତ୍ରୀ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରି ସେନାର ଏହା ବଡ ଉପଲବ୍ଧି ବୋଲି କହିଛନ୍ତି। ୨୦୦୭ ମସିହାରୁ ପାଲେଷ୍ଟାଇନ ବିଧାନସଭା ବିଲଡିଂ ହମାସ କବଜା କରିଥିଲା। ଏହାକୁ କବଜା କରିବା ଇସ୍ରାଏଲ ସେନାର ମନୋବଳକୁ ବଢାଇଛି। ସେହିପରି ଆଇଡିଏଫ କହିଛି ଗାଜା ଷ୍ଟ୍ରିପ ଉପରୁ ହମାସ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଛି। ଉତ୍ତରଗାଜାରେ ହମାସର ସମସ୍ତ ଶିବିର ମାଟିରେ ମିଶିଛି। ପ୍ରାଣବିକଳରେ ଉତ୍ତରଗାଜାରୁ ଦକ୍ଷିଣ ଗାଜା ମୁହାଁ ହେଉଛନ୍ତି ହମାସ ଆତଙ୍କୀ। ଯେପର୍ଯ୍ୟନ୍ତ ସମସ୍ତ ହମାସଙ୍କୁ ଶେଷ କରାଯାଇନି ସେପର୍ଯ୍ୟନ୍ତ ଯୁଦ୍ଧ ଚାଲିବ।

ଏହାଛଡା ଇସ୍ରାଏଲ ଭିଡିଓ ପ୍ରମମାଣିତ କରିଛି ଡାକ୍ତରଖାନାକୁ ହମାସ ଆକ୍ରମଣ କରୁଛି। ହମାସ ଆତଙ୍କୀ ହସ୍ପିଟାଲକୁ ଚାରିପଟୁ ଘେରି ରହି ଘନଘନ ଆକ୍ରମଣ କରୁଛନ୍ତି। ସେପଟେ ହମାସ ଓ ଆଇଡିଏଫ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଚାଲିଛି। ଡାକ୍ତରଖାନା ଓ ଧର୍ମସ୍ଥାନକୁ ଢ଼ାଲ କରି ହମାସ ଆତ୍ମରକ୍ଷା କରୁଛି। ତେଣୁ ଏୟାରଷ୍ଟ୍ରାଇକ କରି ହମାସକୁ ନିପାତ କରୁଥିବା କହିଛି ଇସ୍ରାଏଲ। ସେପଟେ ଯୁଦ୍ଧରେ ନିରୀହ ନାଗରିକଙ୍କ ହତ୍ୟାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଉଛି। ଅଧିକାଂଶ ରାଷ୍ଟ୍ର ଇସ୍ରାଏଲକୁ ଏଥିରୁ ନିବୃତ ରହିବାକୁ ଅପିଲ କରୁଥିବା ବେଳେ ଇସ୍ରାଏଲ ଭିଡିଓ ଜାରି କରି ହମାସ ଡାକ୍ତରଖାନାରେ ପ୍ରାଣଘାତି ଆକ୍ରମଣ କରୁଥିବା କହିଛି।

Leave a Reply

Your email address will not be published. Required fields are marked *

Back to top button