ଠକେଇ ଅଭିଯୋଗ : ମିଶ୍ର କ୍ରିଏସନର ଅତିରିକ୍ତ ନିର୍ଦ୍ଦେଶକ ଗିରଫ
ଭୁବନେଶ୍ଵର : ଠକେଇ ଅଭିଯୋଗରେ ମିଶ୍ର କ୍ରିଏସନ ପ୍ରାଇଭେଟ ଲିମିଟେଡ଼ର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ରଥଙ୍କୁ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ ଗିରଫ କରିଛି।
ଖବର ଅନୁଯାୟୀ ମିଶ୍ର କ୍ରିଏସନ ପ୍ରାଇଭେଟ ଲିମିଟେଡ଼ ଚନ୍ଦକା ଅଞ୍ଚଳରେ ଫ୍ଲାଟ୍ ଦେବାକୁ କହି ୨୦୧୬ ମସିହାରେ ଲଗଡ ଅଞ୍ଚଳର ସ୍ୱଦେଶ ରାୟ ଚୌଧୁରୀଙ୍କ ଠାରୁ୧୬ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା। ୩୦ ମାସ ମଧ୍ୟରେ ଫ୍ଲାଟ ନ ଦେଲେ ଟଙ୍କା ଫେରାଇ ବୋଲି ଚୁକ୍ତି କରିଥିଲା ସଂସ୍ଥା। ହେଲେ ୮ ବର୍ଷ ମଧ୍ୟରେ ସଂସ୍ଥା ଫ୍ଳାଟ ଦେଇପାରିନଥିଲା। ଟଙ୍କା ନଫେରାବାରୁ ସ୍ୱଦେଶ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ସନ୍ତୋଷ କୁମାର ରଥକୁ ଇଓଡବ୍ଲ୍ୟୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ସଂସ୍ଥା ଫ୍ଲାଟ ଦେବା ନାଁରେ ୧୩୦ ଜଣଙ୍କ ଠାରୁ ୧୫ କୋଟିରୁ ଅଧିକ ଟଙ୍କା ଅଗ୍ରୀମ ନେଇଥିବା ଜଣାପଡ଼ିଛି।