ଖଲିସ୍ତାନୀ-ଗ୍ୟାଙ୍ଗଷ୍ଟର ମେଣ୍ଟକୁ ଏନ୍‌ଆଇଏ ଟାର୍ଗେଟ : ୫୧ଟି ସ୍ଥାନରେ ଚଢ଼ଉ

ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆଜି ସକାଳେ ଗ୍ୟାଙ୍ଗଷ୍ଟର ଲରେନ୍‌ସ ବିଷ୍ଣୋଇ ଓ ଅର୍ଶଦୀପ ଡାଲ୍ଲାଙ୍କ ଦ୍ୱାରା ପରିଚାଳିତ ଗ୍ୟାଙ୍ଗ୍‌ ସହ ଜଡ଼ିତ ୫୧ଟି ସ୍ଥାନରେ ଚଢ଼ାଉ କରିଛି।

ଖବର ଅନୁଯାୟୀ ପାକ୍‌ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ସହିତ ଲରେନ୍‌ସ ବିଷ୍ଣୋଇ ଓ ଅର୍ଶଦୀପ ଡାଲ୍ଲାଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ହୋଇଥିଲା। ଏନଆଇଏ ସୂତ୍ରର ସୂଚନା ଡାଲ୍ଲା ଓ ଗୌରବ ପଟିଆଲଙ୍କ ଭଳି ପଳାତକମାନେ ବିଦେଶରେ ରହୁଛନ୍ତି। କିନ୍ତୁ ଖାଲିସ୍ତାନ ସମର୍ଥକଙ୍କ ସହ ଘନିଷ୍ଠ ଯୋଗାଯୋଗରେ ରହି ଟାର୍ଗେଟ କିଲିଂ ଓ ଦାଦାବଟି ଆଦାୟ ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ସେଥିପାଇଁ ବୁଧବାର ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ଦିଲ୍ଲୀ ଅଞ୍ଚଳରେ ଏନଆଇଏ ଚଢ଼ଉ କରିଥିଲା। କେବଳ ପଞ୍ଜାବରେ ଏନଆଇଏ ୩୦ଟି ସ୍ଥାନରେ ଚଢ଼ଉ କରିଥିବା ଜଣାପଡିଛି।

ଏହି ଚଢ଼ଉ ସିଣ୍ଡିକେଟ୍‌ ବିରୋଧରେ ମାମଲା ରୁଜୁ କରିବାର ଏକ ଅଂଶ ବିଶେଷ। କିନ୍ତୁ ଅଧିକାଂଶ ଏବେ ଦୁବାଇରୁ ପରିଚାଳିତ ହେଉଛି। ଗତବର୍ଷ ଅଗଷ୍ଟରେ ଏନଆଇଏ ଦ୍ୱାରା ରୁଜୁ ହୋଇଥିବା ତିନିଟି ମାମଲା ମଧ୍ୟରେ କାନାଡାର ଲଖବୀର ସିଂହ ଓରଫ ଲାଣ୍ଡା, ପାକିସ୍ତାନର ହରବିନ୍ଦର ସିଂ ରିଣ୍ଡା ଓ ଆମେରିକାରେ ରହୁଥିବା ତଥା ନିଷିଦ୍ଧ ଶିଖ୍‌ ଫର ଜଷ୍ଟିସ ବିଚ୍ଛିନ୍ନତାବାଦୀ ଗୋଷ୍ଠୀର ପ୍ରତିଷ୍ଠାତା ଗୁରପତୱନ୍ତ ସିଂ ପନ୍ନୁ ରହିଛି। ତେଣୁ ସେମାନଙ୍କ ବିରୋଧରେ ମାମଲା ସହିତ ଏହି ଚଢ଼ଉ ହୋଇଛି।

Leave a Reply

Your email address will not be published. Required fields are marked *

Back to top button