ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍‌

କଟକ : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ହାଇକୋର୍ଟରୁ ଜାମିନ ମିଳିଛି। ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ସେ ଜାମିନ ପାଇଛନ୍ତି।

ଖବର ଅନୁଯାୟୀ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିସାରିଛି। ଏବେ ଇଡି ମାମଲାରେ ହାଇକୋର୍ଟ ଜାମିନ ଦେଇଥିବାରୁ ଖୁବଶୀଘ୍ର ଅର୍ଚ୍ଚନା ଜେଲରୁ ମୁକୁଳିପାରନ୍ତି। ସୂଚନାଯୋଗ୍ୟ ଗତବର୍ଷ ଡିସେମ୍ବର ୧୩ ତାରିଖରେ ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ଅର୍ଚ୍ଚନାଙ୍କୁ ଇଡି ଗିରଫ କରିଥିଲା। ମନି ଲଣ୍ଡରିଂର ଖୋଳତାଡ଼ ବେଳେ ହନିଟ୍ରାପ୍ ଓ ବେଆଇନ ଟଙ୍କା କାରବାର ନେଇ ଇଡିକୁ ପ୍ରମାଣ ମିଳିଥିଲା।

Leave a Reply

Your email address will not be published. Required fields are marked *

Back to top button