ବାରିପଦା : ଧାନବିଲରେ ବାଘିଆବେଡ଼ା ଗ୍ରାମର ଗିରିଶ ନାଏକଙ୍କ ମୃତଦେହ। ଘାଟିତଳ ପୋଖରୀ ନିକଟରୁ ଏହା ମିଳିଥିବା ଜଣାପଡିଛି। ହେଲେ ହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହୋଇନି।
ଖବର ଅନୁଯାୟୀ ବାଘିଆବେଡ଼ା ଗାଁର ଗିରିଶ ରବିବାର ରାତିରେ ଘରକୁ ଫେରିନଥିଲେ। ସୋମବାର ସକାଳୁ ଗାଁର ରାସ୍ତା କଡ଼ ଧାନବିଲ ନିକଟରେ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ମୁଣ୍ଡରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ବାଙ୍ଗିରପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଛି। ତେବେ ମୃତଦେହ ଆଖ ପାଖର ସ୍ଥିତିକୁ ଦେଖି ଜଙ୍ଗଲି ଜନ୍ତୁ ମାରିଥିବା ଗ୍ରାମବାସୀ ଅନୁମାନ କରୁଛନ୍ତି। ତଦନ୍ତ ପରେ ପ୍ରକୃତରେ କଥା ଜଣା ପଡ଼ିବ।