ସ୍ୱାସ୍ଥ୍ୟ ପାଇଁ ଗୁଡ ଚିନିଠାରୁ ଅନେକ ଭଲ

ଚିନି ଅପେକ୍ଷା ଗୁଡ ବ୍ୟବହାର ସ୍ୱାସ୍ଥ୍ୟପକ୍ଷେ ଭଲ। ଏହା ଓଜନ କମ୍ କରିବା ସହିତ ଅନେକ ରୋଗ ପାଇଁ ଲାଭ ଦାୟକ ହୋଇଥାଏ। କିନ୍ତୁ ଲୋକେ ଗୁଡ ବଦଳରେ ଚିନିକୁ ଅଧିକ ବ୍ୟବହାର ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗୁଡର ୫ଟି ପୁଷ୍ଟିକର ଲାଭ ବିଷୟରେ।

୧- ଗୁଡରେ ଥିବା ଶୀରା ପରିମାଣ ଏହାକୁ ଅଧିକ ପୁଷ୍ଟିକର କରିଥାଏ। କିନ୍ତୁ ବିଶୋଧିତ ଚିନି ତିଆରି କରିବା ସମୟରେ ଏକ ପୁଷ୍ଟିକର ଉପାଦାନ ଅପସାରିତ ହୋଇଥାଏ।

୨- ଗୁଡରେ ଭିଟାମିନ୍ ଓ ମିନେରାଲ୍ସରେ ଭରପୂର। କିନ୍ତୁ ଚିନିରେ କେବଳ ଏମ୍ପ୍‌ଟି କ୍ୟାଲୋରୀ ଅର୍ଥାତ୍ କୌଣସି ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, ଫ୍ୟାଟ୍, ଫାଇବର କିମ୍ବା ଅନ୍ୟାନ୍ୟ ଉପକାରୀ ଯୌଗିକ ବିନା କ୍ୟାଲୋରୀ ଥାଏ।

୩- ବିଶୋଧିତ ଚିନି ବ୍ୟକ୍ତିର ରୋଗ ପ୍ରତିରୋଧକ ହ୍ରାସ କମିବା କରିବା ଯୋଗୁ ରୋଗ ହେବାର ସମ୍ଭାବନା ଅଧିକ ବଢିଯାଇଥାଏ। କିନ୍ତୁ ଗୁଡ ଇମ୍ୟୁନିଟି ବଢାଇବା ସହିତ କାଶ-ଥଣ୍ଡା ଭଳି ସ୍ୱାସ୍ଥ୍ୟ ରୋଗ ବିରୋଧରେ ଲଢିଥାଏ।

୪- ଗୁଡ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା, ରକ୍ତହୀନତା ରୋକିବା, ଯକୃତ ଡିଟକ୍ସଫିକେସନ୍ ଓ ଉନ୍ନତ ପ୍ରତିରକ୍ଷା କାର୍ଯ୍ୟରେ ଉନ୍ନତି ଆଣିଥାଏ। ହେଲେ ବିଶୋଧିତ ଚିନି ମେଦବହୁଳତା, ଟାଇପ୍-୨ ମଧୁମେହ, ହୃଦ ରୋଗ, ଉଦାସୀନତା, ଡିମେନ୍ସିଆ, ଯକୃତ ରୋଗର ଆଶଙ୍କା ବଢାଇଥାଏ।

୫- ହାଇ-ଫ୍ରୁକଟୋଜ୍ କର୍ଣ୍ଣ ସିରପ୍ କିମ୍ବା ଏଚଏଫସିଏସ ୫୫ ହେଉଛି ଏକ ପ୍ରକାର ବିଶୋଧିତ ଚିନି ଯେଉଁଥିରେ ୫୫% ଫ୍ରୁଟକୋଜ୍ ଓ ୪୨% ଗ୍ଲୁକୋଜ୍ ଥିବାବେଳେ ଗୁଡରେ ୭୦% ରୁ ଅଧିକ ସୁକ୍ରୋଜ୍, ୧୦% ରୁ କମ୍ ଫ୍ରୁକଟୋଜ ଏବଂ ୫% ଖଣିଜ ପଦାର୍ଥ ରହିଥାଏ।

Leave a Reply

Your email address will not be published. Required fields are marked *

Back to top button