ଆତଙ୍କବାଦୀ ଆକ୍ରମଣରେ ୩ ସହିଦ୍

ରଜୌରୀ : ଜମ୍ମୁ କଶ୍ମୀରର ରଜୌରୀ ଜିଲ୍ଲାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଏଥିରେ ଦୁଇ ସେନା ଅଧିକାରୀ ଓ ଜଣେ ଯବାନ ସହିଦ ହୋଇଛନ୍ତି।

ଖବର ଅନୁଯାୟୀ ବୁଧବାର ସକାଳେ ସୂଚନା ମିଳିଥିଲା ଧର୍ମଶାଳାର ବାଜିମଲ ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଛନ୍ତି। ଏହା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ସେନା ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା। ହେଲେ ଆତଙ୍କବାଦୀ ଗୁଳିରେ ଦୁଇ ସେନା ଅଧିକାରୀ ଓ ଜଣେ ଯବାନ ସହିଦ ହୋଇଛନ୍ତି। ଏହାଛଡା ଜଣେ ଯବାନ ଆହତ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଉଦ୍ଧମପୁର ପଠାଯାଇଛି। ଆତଙ୍କବାଦୀଙ୍କୁ କାବୁ କରିବାକୁ ପୂରା ଅଞ୍ଚଳକୁ ଘେରାଉ କରି ଭାରତୀୟ ସେନା ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଜମ୍ମୁ-କଶ୍ମୀର ପୋଲିସ ସହାୟତା କରୁଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button