ଭୂମିତଳ ସୁଡ଼ଙ୍ଗ ଓ ବଙ୍କରରେ ଲୁଚିଛନ୍ତି ହମାସର ବଡ଼ ନେତା

ତେଲ୍ ଅଭିଭ୍ : ଇସ୍ରାଏଲ ଉପରେ ଆତଙ୍କବାଦୀ ସଂଗଠନ ହମାସ ଆକ୍ରମଣ କରିବା ପରେ ଇସ୍ରାଏଲ ସେନା ଗାଜା ଷ୍ଟ୍ରିପ୍ ଉପରେ ଘନ ଘନ ବିମାନ ଆକ୍ରମଣ କରୁଛି। ଏହି ଆକ୍ରମଣ ଭୟରେ ହମାସର କମାଣ୍ଡର ଓ ବରିଷ୍ଠ ନେତାମାନେ ଭୂତଳ ସୁଡ଼ଙ୍ଗ ଓ ବଙ୍କର ମଧ୍ୟରେ ଆତ୍ମଗୋପନ କରିଛନ୍ତି।

ଖବର ଅନୁଯାୟୀ ଗାଜା ଉପତ୍ୟକାରେ ହମାସ ଭୂତଳ କଂକ୍ରିଟ ସୁଡ଼ଙ୍ଗ ଓ ବଙ୍କର ନିର୍ମାଣ କରିଛି। ଏହି ସୁଡ଼ଙ୍ଗଗୁଡ଼ିକୁ ଏପରି ଡିଜାଇନ୍ ହୋଇଛି ଏଗୁଡ଼ିକର ମୁହଁ ଅନେକ ଆବାସିକ ଅଞ୍ଚଳ ମଧ୍ୟରେ ରହିଛି। ଟନେଲଗୁଡିକରେ ରହିଛି ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ସୁବିଧା। ଯାହାକୁ ନିର୍ମାଣ କରିବାକୁ ହାମାସକୁ ଅନେକ ବର୍ଷ ଲାଗିଥିଲା। ଏହି ସୁଡ଼ଙ୍ଗଗୁଡ଼ିକ ହାମାସ ପୋଷ୍ଟ ସହିତ ସଂଯୁକ୍ତ। କୌଣସି ବାହାର ଲୋକ ସୁଡ଼ଙ୍ଗ ଭିତରକୁ ପ୍ରବେଶ କରିପାରିବେ ନାହିଁ। ଆକ୍ରମଣ ସମୟରେ ସେମାନଙ୍କ ନେତାମାନେ ଏଥିରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଆଶ୍ରୟ ନେଇଥାନ୍ତି। ଇସ୍ରାଏଲର ଗୁଇନ୍ଦା ଏଜେନ୍ସିମାନେ ଏପରି କେତେକ ବଙ୍କରର ସନ୍ଧାନ ପାଇଥିବା ବେଳେ ସେଗୁଡ଼ିକୁ ନଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button