ସମ୍ବଲପୁରରେ ସ୍ଥିତି ସ୍ୱାଭାବିକ

ସମ୍ବଲପୁର : ଦୀର୍ଘ ୧୭ଦିନ ପରେ ସମ୍ବଲପୁରରେ ଆଇନଶୃଙ୍ଖଳା ସ୍ଥିତି ସ୍ୱାଭାବିକ ହୋଇଛି। ପୂର୍ବରୁ ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିଲା। ଏବେ ଟାଉନ ଓ ଧନୁପାଲି ଥାନା ଅଞ୍ଚଳରୁ ନାଇଟ୍ କର୍ଫ୍ୟୁକୁ ହଟାଇ ଦିଆଯାଇଛି। ଏହି ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ବି ଗଙ୍ଗାଧର। ଅନ୍ୟପଟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ବିଜେପିର ମଇ ପହିଲାରେ ସଂସଦୀୟ ପ୍ରତିନିଧି ଦଳ ସମ୍ବଲପୁର ସ୍ଥିତି ଦେଖିବାକୁ ଆସୁଛନ୍ତି। ଏହାକୁ ବାଧା ଦେଲେ ରାଜ୍ୟ ସରକାର ପରିଣାମ ଭୋଗିବେ।

ଖବର ଅନୁଯାୟୀ ହନୁମାନ ଜୟନ୍ତୀ ବାଇକ୍ ଶୋଭାଯାତ୍ରା ହିଂସାକାଣ୍ଡ ଘଟଣାରେ ୪୬ ଜଣ ଓ ୧୪ ତାରିଖ ହନୁମାନ ଜୟନ୍ତୀ ଦିନ ଘଟିଥିବା ହିଂସାକାଣ୍ଡ ଘଟଣାରେ ୫୬ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ହତ୍ୟାକାଣ୍ଡ ମାମଲା ସମ୍ପୃକ୍ତ ୮ ଅଭିଯୁକ୍ତ। sehipari ସୋଶିଆଲ ମିଡ଼ିଆରେ ଆପତ୍ତିଜନକ ଲେଖା ପୋଷ୍ଟ ଅଭିଯୋଗରେରେ ୧୬ ଜଣଙ୍କୁ ଧରାଯାଇଥିଲା। ସେମାନଙ୍କୁ ଅଣ୍ଡରଟେକିଂ ନେଇ ଛଡ଼ାଯାଇଛି। ସୋଶିଆଲ ମିଡିଆ ଗୃପର ୨ ଜଣ ଏଡମିନଙ୍କୁ ଗିରଫ କରାଯିବା ପରେ ପିଆର ବଣ୍ଡରେ ଛଡାଯାଉଛି। ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି କରିବେ ସେମାନଙ୍କ ବିରୋଧରେ ପୋଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଏସପି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button