ବଜ୍ରପାତରେ ୩୦ ଗୋରୁ ମୃତ : ୨ ବ୍ୟକ୍ତି ଗୁରୁତର

ମୋହନା : ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଲକ୍ଷ୍ମୀପୁର ଗାଁ’ରେ ବଜ୍ରପାତ। ଏଥିରେ ୩୦ରୁ ଅଧିକ ଗୋରୁଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୋରୁ ଚରାଳି ଗୁରୁତର ଆହତ ହୋଇଛନ୍ତି। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ରବିବାର ଅପରାହ୍ନରେ ଲକ୍ଷ୍ମୀପୁର ଗାଁ’ ନିକଟରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ଏହି ସମୟରେ ଗାଁ ନିକଟସ୍ଥ ଜଙ୍ଗଲର ଏକ ଗଛ ମୂଳେ ଗୋରୁ ପଲ ଆଶ୍ରୟ ନେଇଥିଲେ। ବଜ୍ରପାତ ଯୋଗୁ ଏପରି ଅଘଟଣା ଘଟିଥିଲା। ଏ ସମ୍ପର୍କରେ ସୂଚନା ପାଇ ଆର.ଉଦୟଗିରି ବିଡ଼ିଓ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button