ଗଞ୍ଜେଇ ବେପାରରେ ଆଇଆଇସି ଓ ସହଯୋଗୀ : ଲୋକେ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇଦେଲେ

କନ୍ଧମାଳ : ଗଞ୍ଜେଇ ବେପାରରେ ପୋଲିସ। ଏହି ଅଭିଯୋଗରେ ଲୋକେ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଇଛନ୍ତି। ଏଥିସହ ଫିରିଙ୍ଗିଆ ଥାନା ଆଇଆଇସି ତପନ କୁମାର ମହାନ୍ତି, ହୋମଗାର୍ଡ- ପ୍ରଶାନ୍ତ ପାତ୍ର ଓ ରବି ଦିଗାଲଙ୍କ ବିରୋଧରେ ମାମଲା ରୁଜୁ ସହିତ ସେମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ଖବର ଅନୁଯାୟୀ ଗତ ୩ ତାରିଖ ରାତିରେ ବୁଢ଼ାକାମ୍ବା ଗାଁକୁ ଏକ ଗଞ୍ଜେଇ ଭର୍ତ୍ତି ପୋଲିସ ବୋଲେରୋ ଯାଇଥିଲା। ଅଭିଯୋଗ ହୋଇଛି ସେମାନେ କୌଣସି ଗଞ୍ଜେଇ ବେପାରୀକୁ ଗଞ୍ଜେଇ ବିକ୍ରି କରିବା ପାଇଁ ଯାଇଥିଲେ। ସେହି ସମୟରେ ବୋଲେରୋକୁ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ପୂର୍ବତନ ସରପଞ୍ଚ ବିଶ୍ଵରଞ୍ଜନ କହଁର ଓ ଗ୍ରାମବାସୀ ମାନେ ଅଟକ ରଖିଥିଲେ। ଏହାର ଭିଡିଓ ଉତ୍ତୋଳନ କରି କନ୍ଧମାଳ ଏସ୍‌ପିଙ୍କ ପାଖକୁ ପଠାଇ କୌଣସି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କିନ୍ତୁ କୌଣସି ପଦକ୍ଷେପ ନିଆନଯିବାରୁ ଆଜି ଫିରିଙ୍ଗିଆ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇ ଆଇଆଇସି ତପନ କୁମାର ମହାନ୍ତି ଓ ସହଯୋଗୀମାନଙ୍କ ବିରୋଧରେ ନାରାବାଜି କରିଥିଲେ।

ଦୀର୍ଘ ସମୟ ରାସ୍ତା ଅବରୋଧ ପରେ ଫୁଲବାଣୀ ଏସ୍‌ଡିପିଓ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ପ୍ରୟାସ କରିବାରୁ ଉତ୍ତ୍ୟକ୍ତ ଲୋକେ ପୋଲିସ୍‌କୁ ଠେଲାପେଲା କରିଥିଲେ। ଏହାପରେ ଶହ ଶହ ଲୋକ ପୋଲିସକୁ ଗୋଡ଼ାଇ ଗୋଡ଼ାଇ ଫିରିଙ୍ଗିଆ ଥାନା ପର୍ଯ୍ୟନ୍ତ ଆସିଥିଲେ। ମାଡ ମାରିଥିଲେ ମଧ୍ୟ। ମାଡ଼ରେ ଏସ୍‌ଡିପିଓଙ୍କ ମୁଣ୍ଡଫାଟି ଫାଟି ଥିବାବେଳେ ଉତ୍ତ୍ୟକ୍ତ ଲୋକେ ଥାନାରେ ପଶି ଆସବାବପତ୍ର ଭଙ୍ଗାରୁଜା ଓ କାଗଜପତ୍ର ଚିରି ଫିଙ୍ଗି ଦେଇଥିଲେ। ଥାନାରେ ନିଆଁ ଲଗାଇବା ସହିତ ଥାନା ପରିସରରେ ରହିଥିବା ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button