ମୋବାଇଲ୍ ହ୍ୟାକ୍ କରି ଅଭିଯୁକ୍ତଙ୍କ ସହ କଥା ହେଉଥିଲେ ରହସ୍ୟମୟୀ

ଭୁବନେଶ୍ୱର : ବାଲେଶ୍ୱର ଚାନ୍ଦିପୁର ଡିଆର୍‌ଡିଓରୁ ଗୁପ୍ତ ତଥ୍ୟ ହାସଲ୍‌ କରିଥିବା ରହସ୍ୟମୟୀ ମହିଳାଙ୍କ ସମ୍ପର୍କରେ କ୍ରାଇମବ୍ରାଞ୍ଚ ନୂଆ ସୂଚନା ଦେଇଛି। ଏହି ରହସ୍ୟମୟୀ ମହିଳା ଜଣେ ଅଭିଯୁକ୍ତର ମୋବାଇଲ୍ ହ୍ୟାକ୍ କରି ୮ ମାସ ରଖିଥିଲେ। ସେହି ମୋଇବାଲ୍ ଜରିଆରେ ଡିଆର୍‌ଡିଓରୁ ଗୁପ୍ତ ତଥ୍ୟ ଚୋରି କରିଥିବା ଅଭିଯୁକ୍ତଙ୍କ ସହ ଯୋଗାଯୋଗ ରଖିଥିଲେ। କେବଳ ସେତିକି ନୁହେଁ ଅଭିଯୁକ୍ତମାନେ ରହସ୍ୟମୟୀଙ୍କ ସହ କଥା ହେବା ପାଇଁ ନୂଆ ସିମ୍ କିଣିଥିଲେ ଓ ସଚିନ କୁମାର ଛତ୍ତାଙ୍କ ଜରିଆରେ ଅଧିକାରୀଙ୍କ ଗତିବିଧି ସମ୍ପର୍କରେ ଜାଣୁଥିଲେ।

ସେହିପରି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ପୂର୍ବରୁ କହିଥିଲେ ଡିଆର୍‌ଡିଓର ଗୁପ୍ତ ତଥ୍ୟ ହାସଲ ପାଇଁ ରହସ୍ୟମୟୀ ମହିଳା ସୋଶାଲ୍‌ ମିଡିଆରେ ୭ଟି ଆକାଉଣ୍ଟ ଖୋଲିଥିଲେ। ସେଥିରେ ଅଲଗା ଅଲଗା ଫଟୋର ଡିପି ଦେଇଥିଲା। ସେହି ଆକାଉଣ୍ଟରେ ଆଇଟିଆର୍‌ କର୍ମଚାରୀ ଓ ୪ ଠିକା କର୍ମଚାରୀଙ୍କ ସହିତ କଥା ହେଉଥିଲେ। ଆଉ ଗିରଫ ଦୁଇ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେବା ସହ ଜଣେ ଅଭିଯୁକ୍ତଙ୍କ ଚାନ୍ଦିପୁର ସ୍ଥିତ ଘରକୁ ଆସିବାକୁ ସେ ଚାହୁଁଥିଲେ। ଭିଡିଓ କଲ୍‌ରେ ହିନ୍ଦୀ ଭାଷାରେ କଥା ହେଉଥିଲେ। ଯେଉଁ ଫୋନ୍ ନମ୍ବର ବ୍ୟବହାର କରୁଥିଲେ ତାହା ଥିଲା ୟୁକେର। ଏବେ ସୁଦ୍ଧା ରହସ୍ୟମୟୀଙ୍କ ପ୍ରକୃତ ପରିଚୟ ଜଣାପଡ଼ିନଥିବାରୁ ସେ କେଉଁଠି ଅଛନ୍ତି ତାହା ଉପରେ କ୍ରାଇମବ୍ରାଞ୍ଚ ତର୍ଜମା କରୁଥିବା ସୂଚନା ଦେଇଥିଲା।

Leave a Reply

Your email address will not be published. Required fields are marked *

Back to top button