ଶଶୁରର ଗୁପ୍ତାଙ୍ଗ କାଟି ହତ୍ୟା କଲା ବୋହୂ

ଖେଡା : ବିଦେଶ ଯିବା ପାଇଁ ଟଙ୍କା ନଦେବାରୁ ଶଶୁରଙ୍କ ଗୁପ୍ତାଙ୍ଗ କାଟି ହତ୍ୟା କରିଛି ବୋହୂ। ଏହି ଘଟଣା ଗୁଜରାଟର ଖେଡା ଜିଲ୍ଲାରେ ଘଟିଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ପୋଲିସ କହିଛି ମୃତକଙ୍କ ନାମ ଜଗଦୀଶ ଶର୍ମା ଓ ଅଭିଯୁକ୍ତ ବୋହୂର ନାଁ ମନୀଷା ଶର୍ମା। ମନୀଷା ଶର୍ମା ବିବାହ ପରେ ଜଗଦୀଶଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଭଡ଼ା ଘରେ ରହୁଥିଲେ। ହେଲେ ମନୀଷାଙ୍କର ଘଟଣାର ମାସକ ପୂର୍ବରୁ ଫେସବୁକରେ ଅନ୍ୟ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ସେହି ଯୁବକ ବିଦେଶ ଯିବାର ଲୋଭ ଦେଖାଇ ଦୁଇଲକ୍ଷ ଟଙ୍କା ଦରକାର ବୋଲି ତାଙ୍କୁ କହିଥିଲେ। ମନୀଷା ଟଙ୍କା କଥା ଜଗଦୀଶଙ୍କୁ କହିବାରୁ ସେ ଦେବାକୁ ମନା କରିଥିଲେ। ଏଥିରେ ରାଗିଯାଇଥିଲେ ମନୀଷା। ଶଶୁର ଜଗଦୀଶ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିବା ସମୟରେ ମନୀଷା ଜଗଦୀଶଙ୍କ ଗୁପ୍ତାଙ୍ଗ କାଟିବା ପରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ହତ୍ୟା ପରେ ସେ ନିଜ ଘରକୁ ପଳାଇଥିଲେ।

ଘଟଣାର ତିନିଦିନ ପରେ ଜଗଦୀଶଙ୍କ ପରିବାର ଲୋକେ ତାଙ୍କୁ ଖୋଜି ନପାଇବାରୁ ବଡ଼ ପୁଅ ପୋଲିସରେ ଅଭିଯୋଗ କରି ସାନ ଭାଇର ପତ୍ନୀ ମନୀଷା ଉପରେ ସନ୍ଦେହ ଥିବା କହିଥିଲେ। ପୋଲିସ ମନୀଷାଙ୍କୁ ପଚରାଉଚରା କରିବାରୁ ସବୁ ସତ ସାମ୍ନାକୁ ଆସିବାରୁ ଅଭିଯୁକ୍ତକୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button