ଥାନାରେ ପଶି ଯୁବକଙ୍କ ଭଙ୍ଗାରୁଜା

ଖବର ଅନୁଯାୟୀ ରବିବାର ୨୫ରୁ ୩୦ ଜଣ ଯୁବକ ତାମଦେଇଠାରେ ପିକ୍ନିକ୍ କରୁଥିଲେ। ପିକ୍ନିକ ସ୍ଥଳରେ ନିଶା କାରବାର ହେଉଥିବା ସନ୍ଦେହରେ ଅମ୍ୱାଭୋନା ଥାନା ପୋଲିସ୍ ଚଢ଼ଉ କରିଥିଲା। ମାତ୍ର କୌଣସି ମାଦକ ଦ୍ରବ୍ୟ ପାଇନଥିଲା। ଏହାକୁ ନେଇ ପୋଲିସ ଓ ଯୁବକମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ପୋଲିସ ସେଠାରୁ ପଳାଇ ଯାଇଥିଲା।
ଅପରାହ୍ନରେ ୩୦ରୁ ଅଧିକ ଯୁବକ ବାଇକ୍ରେ ଆସି ଥାନା ଭିତରେ ଭଙ୍ଗାରୁଜା କରିଥିଲେ। ଭଙ୍ଗାରୁଜା ପରେ ସେମାନେ ଥାନା ଛାଡ଼ି ପଳାଇ ଯାଇଥିଲେ। ଖବର ପାଇ ବରଗଡ଼ ଏସ୍ଡିପିଓ ଥାନାରେ ପହଞ୍ଚି ତଦନ୍ତ ଚଳାଇଥିଲେ ହେଁ ଅଭିଯୁକ୍ତଙ୍କ ପତ୍ତା ମିଳୁନି। ଫଳରେ ସେମାନେ କେଉଁ କାରଣରୁ ଆତଙ୍କରାଜ ସୃଷ୍ଟି କଲେ ତାହା ଜଣାପଡ଼ି ନାହିଁ। ତେବେ ଏହି ଘଟଣାରେ ରାଜନୈତିକ ଲିଙ୍କ ଥାଇପାରେ ବୋଲି ସନ୍ଦେହ କରାଯାଉଛି।



























