୧୪ରେ ‘ରିଙ୍ଗ ଅଫ ଫାୟାର’ ସୂର୍ଯ୍ୟୋପରାଗ

ନୂଆଦିଲ୍ଲୀ : ଆସନ୍ତା ୧୪ ତାରିଖରେ ସୂର୍ଯ୍ୟୋପରାଗ। ଆକାଶରେ ଏକ ବିରଳ ଦୃଶ୍ୟ ଦୃଶ୍ୟମାନ ହେବ। ଏହି ଶେଷ ସୂର୍ଯ୍ୟୋପରାଗକୁ ‘ରିଙ୍ଗ ଅଫ ଫାୟାର’ ବୋଲି କୁହାଯାଉଛି।

ଖବର ଅନୁଯାୟୀ ୨୦୧୨ ପରେ ‘ରିଙ୍ଗ ଅଫ ଫାୟାର ସୂର୍ଯ୍ୟପରାଗ’ର ଆଂଶିକ ଦୃଶ୍ୟ ଶନିବାର ଆମେରିକାର ଅଧିକାଂଶ ଅଞ୍ଚଳରେ ଦୃଶ୍ୟମାନ ହେବ। ଏହି ସୂର୍ଯ୍ୟୋପରାଗ ସନ୍ଧ୍ୟା ୦୪ଟା ୩୪ରେ ଆରମ୍ଭ ହୋଇ ରାତି ୦୨ଟା ୨୫ମିନିଟରେ ଶେଷ ହେବ। କିନ୍ତୁ ଭାରତରେ ଏହା ଦୃଶ୍ୟମାନ ହେବନାହିଁ। ଏହି ଦୃଶ୍ୟକୁ ଭାରତ ଯଦି ଦେଖିବାକୁ ଚାହୁଁଥିବା ବ୍ୟକ୍ତି ନାସାର ଅଫିସିଆଲ ୟୁଟ୍ୟୁବ ଚାନେଲରେ ଦେଖି ପାରିବେ। ଏହି ଚାନେଲରେ ‘ରିଙ୍ଗ ଅଫ ଫାୟାର’ ସୂର୍ଯ୍ୟୋପରାଗର ସିଧାପ୍ରସାରଣ ଅକ୍ଟୋବର ୧୪ ସନ୍ଧ୍ୟା ୪ଟା ୩୦ରେ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *

Back to top button