କ୍ୟାପିଟାଲ ହସ୍ପିଟାଲ ମେସିନ୍ ଚୋରି ଘଟଣାରେ ୫ ଗିରଫ

ଭୁବନେଶ୍ଵର : କ୍ୟାପିଟାଲ ହସ୍ପିଟାଲରୁ ମେସିନ୍ ଚୋରି ଘଟଣାରେ ୫ ଜଣଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି। ଏଥିରେ ୪ଜଣ ହାଉସ କିପିଂ ଷ୍ଟାଫ ଓ ଜଣେ ବ୍ୟବସାୟୀ ଅଛନ୍ତି।

ଖବର ଅନୁଯାୟୀ କ୍ୟାପିଟାଲ ହସ୍ପିଟାଲର ପାଥୋଲୋଜିର ୫୦ ଲକ୍ଷ ଟଙ୍କାର ମେସିନକୁ ଲୁହା ଓଜନରେ ଏମାନେ ବିକ୍ରି କରୁଥିବା ସୂଚନା ମିଳିଛି। ୪ଜଣ ହାଉସ କିପିଂ ଷ୍ଟାଫ କ୍ୟାପିଟାଲ ହସ୍ପିଟାଲରେ କାମ କରୁଥିବା ବେଳେ ଅନେକ ଜିନିଷ ଚୋରି କରିଥିବା ନେଇ ଅଭିଯୋଗ ହୋଇଥିଲା। ମେସିନ ଚୋରି ନେଇ କ୍ୟାପିଟାଲ ହସ୍ପିଟାଲ ନିଦ୍ଦେଶକଙ୍କ ଅଭିଯୋଗ ପରେ ଭଙ୍ଗା ମେସିନ୍ ପୋଲିସ ଜବତ ସହ ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି

Leave a Reply

Your email address will not be published. Required fields are marked *

Back to top button