ବିଦେଶରୁ କମ୍ପ୍ୟୁଟର-ଲାପ୍‌ଟପ୍‌ ଆଣିବା ଉପରେ କଟକଣା

ନୂଆଦିଲ୍ଲୀ : ଭାରତ ସରକାର ମେଡ ଇନ୍ ଇଣ୍ଡିଆ ଓ ମେକ୍ ଇନ୍ ଇଣ୍ଡିଆକୁ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଲାପଟପ୍, ଟାବଲେଟ୍, ଅଲ-ଇନ୍-ୱାନ୍ ପର୍ସନାଲ୍‌ କମ୍ପ୍ୟୁଟର, ଅଲ୍ଟ୍ରା ସ୍ମଲ ଫାର୍ମ ଫ୍ୟାକ୍ଟର୍ କମ୍ପ୍ୟୁଟର ଓ ସର୍ଭର ଆମଦାନୀ ଉପରେ ସରକାର କଟକଣା ଲଗାଇଛନ୍ତି। ତେଣୁ ଏହି ଉତ୍ପାଦଗୁଡ଼ିକ ଆଉ ବିଦେଶରୁ ଭାରତକୁ ଆସିବ ନାହିଁ। ଭାରତକୁ ଆଣିବାକୁ ହେଲେ ଲାଇସେନ୍ସ କିମ୍ବା ସରକାରୀ ଅନୁମତି ବାଧ୍ୟତାମୂଳକ ହେବ।

ଖବର ଅନୁଯାୟୀ ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ ଗୁରୁବାର ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି ଅନୁସନ୍ଧାନ ଓ ବିକାଶ, ପରୀକ୍ଷଣ, ବେଞ୍ଚମାର୍କିଂ, ମୂଲ୍ୟାଙ୍କନ, ମରାମତି ଏବଂ ଉତ୍ପାଦ ବିକାଶ ଉଦ୍ଦେଶ୍ୟରେ ଆମଦାନୀ କରାଯାଉଥିଲେ ଲାଇସେନ୍ସ କିମ୍ବା ସରକାରୀ ଅନୁମତି ଆବଶ୍ୟକ ନାହିଁ। ହେଲେ ସର୍ତ୍ତ ରହିଛି ଏସବୁ କାର୍ଯ୍ୟ ପାଇଁ ମାତ୍ର ୨୦ଟି ଆଇଟମ୍‌ ଭାରତକୁ ଆମଦାନୀ ହୋଇପାରିବ। ୨୦ରୁ ଅଧିକ ଆଇଟମ୍‌ ଆମଦାନୀ କରିବାକୁ ହେଲେ ସରକାରୀ ଅନୁମତି ବାଧ୍ୟତାମୂଳକ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button