କାମ ବନ୍ଦ : ଉପହାର ଟଙ୍କାରେ ଚଳୁଛନ୍ତି ସଚିନ-ସୀମା

ନୂଆଦିଲ୍ଲୀ : ପ୍ରେମିକ ସଚିନ ମିନାଙ୍କୁ ପାଇବା ପାଇଁ ପାକିସ୍ତାନରୁ ଭାରତ ଚାଲି ଆସିଥିଲେ ସୀମା ହାଇଦର। ଏବେ ସଚିନଙ୍କୁ ବିବାହ କରି ଭାରତରେ ରହୁଥିଲେ ହେଁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିବା ଖବର ସାମ୍ନାକୁ ଆସିଛି।

ଖବର ଅନୁଯାୟୀ ସୀମା ଭାରତକୁ ଆସି ବିବାହ କରିଥିଲେ ମଧ୍ୟ ଯାଞ୍ଚ ଚାଲିବା ସହିତ ଥାନାରେ ସୀମାଙ୍କ ବିରୋଧରେ ମାମଲା ରହିଛି। ଯାହାଫଳରେ ଦୁହିଁଙ୍କୁ ବାହାରକୁ ଯିବାପାଇଁ କୌଣସି ପ୍ରକାର ଅନୁମତି ନାହିଁ। ସେଥିପାଇଁ ସଚିନ ଓ ସୀମା ଘରେ ରହୁଛନ୍ତି। ସଚିନଙ୍କ କାମ ବନ୍ଦ। ପରିବାର ଚଳିବା ନିମନ୍ତେ ଟଙ୍କା କେଉଁଠୁ ଆସୁଛି ସେ ସମ୍ପର୍କରେ ସୂଚନା ଦେଇଛନ୍ତି ଓକିଲ ଏପି ସିଂହ। ସେ କହିଛନ୍ତି ‘ସୀମା ଓ ସଚିନଙ୍କ ଆର୍ଥିକ ଅବସ୍ଥା ଏବେ ଭଲ ନାହିଁ। ଦୁହିଁଙ୍କୁ ଲୋକେ ଉପହାରରେ ଯେଉଁ ଟଙ୍କା ଦେଇଥିଲେ ସେଥିରେ ସେମାନେ ବହୁ କଷ୍ଟରେ ଦିନ କାଟୁଛନ୍ତି। ତେଣୁ ରୋଜଗାର ପାଇଁ ସଚିନ ଓ ସୀମା ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ନିଜର ଚାନେଲ ଖୋଲି ଭିଡିଓ ପୋଷ୍ଟ କରୁଛନ୍ତି। ଏଥିରୁ ଘରେ ବସି ଦୁଇପଇସା ରୋଜଗାର ହୋଇପାରିବ ବୋଲି ଆଶା ବାନ୍ଧିଛନ୍ତି।

ଅନ୍ୟପକ୍ଷରେ ସଚିନଙ୍କ ବାପା ନେତ୍ରପାଲ ଘରର ଖର୍ଚ୍ଚ ଚଳାଇବା ପାଇଁ ଚାରା ବିକ୍ରି କରିଥାଆନ୍ତି। ଚାରା ବିକ୍ରିରେ ସେ ଯେତିକି ଟଙ୍କା ପାଉଛନ୍ତି ସେଥିରେ ପରିବାରର ଖର୍ଚ୍ଚ ଉଠାଉଛନ୍ତି।

Leave a Reply

Your email address will not be published. Required fields are marked *

Back to top button