ବିଦ୍ୟୁତ ଉପଭୋକ୍ତଙ୍କୁ ଶୋଷଣ ଶୋଷଣ କରୁଛି ଟାଟା ପାୱାର : କଂଗ୍ରେସ

ଭୁବନେଶ୍ଵର : ରାଜ୍ୟରେ ବିଦ୍ୟୁତ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର କମ୍ପାନୀ କ୍ରମାଗତ ଭାବେ ଓଡ଼ିଶାର ବିଦ୍ୟୁତ ଉପଭୋକ୍ତମାନଙ୍କୁ ଶୋଷଣ କରିଚାଲିଛି। ଏ ସମ୍ପର୍କରେ ରାଜ୍ୟ ଶକ୍ତିମନ୍ତ୍ରୀ, ଶକ୍ତି ସଚିବ, ଗ୍ରୀଡ଼କୋର ପଦାଧିକାରୀ, ଓଇଆରସ ଚେୟାରମ୍ୟାନ ଓ ସଦସ୍ୟମାନେ ଜାଣିଥିଲେ ମଧ୍ୟ ସେମାନଙ୍କର ନିରବତା ପରୋକ୍ଷରେ ଗ୍ରାହକଙ୍କୁ ଅଧିକ ଶୋଷଣ କରିବା ପାଇଁ ଟାଟା ପାୱାରକୁ ପ୍ରୋତ୍ସାହିତ କରିୁଥିବା କଂଗ୍ରେସ ଅଭିଯୋଗ କରିଛି।
ମଙ୍ଗଳବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ଅଭିଯୋଗ କରିଛନ୍ତି ଯେ ଟାଟା ପାୱାର କମ୍ପାନୀକୁ ରାଜ୍ୟ ସରକାର ଓଡ଼ିଶାର ବିଦ୍ୟୁତ ବିତରଣ ଦାୟିତ୍ୱ ଦେବା ପୂର୍ବରୁ ରାଜ୍ୟର ବିଦ୍ୟୁତ ଉପଭୋକ୍ତାମାନଙ୍କୁ ପ୍ରଥମ ୧୦୦ ୟୁନିଟ ପର୍ଯ୍ୟନ୍ତ ଏକ ସର୍ବନିମ୍ନ ଦର ୟୁନିଟ୍ ପିଛାରେ ଲାଗୁ ହେଉଥିଲା। ଯାହାକି ସେତେବେଳେ ଟ.୨.୫୦ ପଇସା ଥିଲା । କିନ୍ତୁ ଟାଟା ପାୱାର ବିତରଣ ଦାୟିତ୍ୱ ନେବାପରେ ପ୍ରଥମ ସ୍ଲାବ ଯାହାକି ୧ ରୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ଥିଲା ତାହାକୁ କମାଇ ଦିଆଯାଇ ୧ରୁ ୫୦ ୟୁନିଟ୍ ପର୍ଯନ୍ତ କରାଗଲା ଏବଂ ୟୁନିଟ ପିଛା ଦରବୃଦ୍ଧି ଟ. ୩.୫୦ ପଇସା କରାଗଲା । ଯାହାଫଳରେ ଓଡ଼ିଶାର ଲକ୍ଷଲକ୍ଷ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ରାଜ୍ୟ ସରକାରଙ୍କ ଜନବିରୋଧୀ ନିଷ୍ପତ୍ତି ଯୋଗୁଁ ଟାଟା ପାୱାର ଶୋଷଣ କରିଚାଲିଲା । ପ୍ରତମାସ ୩୦ ଦିନ ପରେ ମିଟର ରିଡିଂ କରିବା ପରିବର୍ତେ ଟାଟା ପାୱାର ଜାଣିସୁଣି ୧୦ ଦିନ ବିଳମ୍ବରେ ମିଟର ରିଡିଂ କରୁଛନ୍ତି ଯଦ୍ୱାରା ଉପଭୋକ୍ତାମାନଙ୍କୁ ମିନିୟମ ସ୍ଲାବ ରେଟ ରିବର୍ତେ ୫୦ରୁ୧୦୦ ୟୁନିଟ୍ ସ୍ଲାବର ଦର ଅନୁସାରେ ଆଦାୟ କରାଯାଉଛି।
ଏଭଳି କରି ଟାଟା ପାୱାର ରାଜ୍ୟରୁ ପ୍ରତି ମାସରେ ଶହ ଶହ କୋଟି ଟଙ୍କାର ମୁନାଫା କମାଉଛି। ଏକଥା ରାଜ୍ୟ ସରକାର ଓ ତାଙ୍କ ତଥାକଥିତ ଟ୍ରାନଫରମେସନ ବିଭାଗ ଜାଣିଥିଲେ ମଧ୍ୟ ରାଜ୍ୟର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବା ପରିବର୍ତେ ଏ ସମସ୍ତେ ଟାଟା ପାୱାରର ଗୋଲାମଗିରି କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।




























