ଅନଗ୍ରସର ଗୋଷ୍ଠୀଙ୍କ ଜୀବିକାକୁ ସମର୍ଥନ କରିବାକୁ ଶ୍ୟାମ ଷ୍ଟିଲର ଇ-ରିକ୍ସା ଦାନ

ଭୁବନେଶ୍ୱର : ପ୍ରାଥମିକ ଟିଏମ୍‍ଟି ବାର୍‍ର ଅନ୍ୟତମ ଅଗ୍ରଣୀ ଉତ୍ପାଦନକାରୀ ଓ ବିନିର୍ମାଣକାରୀ ଶ୍ୟାମ ଷ୍ଟିଲ ପକ୍ଷରୁ ଓଡ଼ିଶାର ଅନଗ୍ରସର ସମୁଦାୟର ଲୋକଙ୍କୁ ଆଠଟି ଇ-ରିକ୍ସା ଦାନ କରାଯାଇଛି। ମହାମାରୀ କାରଣରୁ ପ୍ରଭାବିତ ଅନଗ୍ରସରଙ୍କ ଜୀବିକାକୁ ସମର୍ଥନ କରିବା ପାଇଁ ଶ୍ୟାମ ଷ୍ଟିଲ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ‘ଖୁଦ୍‍ କମାଓ ଘର୍‍ ଚଲାଓ’ ଅଭିଯାନର ଅଂଶସ୍ୱରୂପ ଏହି ଇ-ରିକ୍ସା ଦିଆଯାଇଛି। ଜିରାମ ବା, ସୁଧିର ବା, ବୁଦ୍ଧେଶ୍ୱର ରାଉତ, ବିଜୟ ଜିନା, ସୁନିଲ ସିଂହ, କଳ୍ପତରୁ ରାଉତ, ପ୍ରଭାତ କୁମାର ପ୍ରଧାନ ଓ ରବିନ୍ଦ୍ର ବଳ ପ୍ରମୁଖ ଆଠଜଣ ଗ୍ରହୀତାଙ୍କୁ ଏହି ଇ-ରିକ୍ସା ହସ୍ତାନ୍ତର କରାଯାଇଥିଲା।

ଏ ସମ୍ପର୍କରେ ଶ୍ୟାମ ଷ୍ଟିଲ୍‍ର ଡାଇରେକ୍ଟର ଲଳିତ ବେରିୱାଲା କହିଛନ୍ତି ଆମ ରାଷ୍ଟ୍ରର ଉତ୍‍ଥାନ କ୍ଷେତ୍ରରେ ଗୋଷ୍ଠୀ ବିକାଶ ଏକ ଅତ୍ୟାବଶ୍ୟକ ଅଙ୍ଗ। ମହାମାରୀ କାରଣରୁ ଜନସାଧାରଣଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ବ୍ୟାହତ ହୋଇଥିଲା। ସ୍ୱାଭାବିକତା ଫେରାଇ ଆଣିବାକୁ ଆମେ ସେମାନଙ୍କୁ ଦୀର୍ଘସ୍ଥାୟୀ ଭିତ୍ତିରେ ସମର୍ଥନ କରିବାର ଆବଶ୍ୟକତା ରହିଛି। ସ୍ୱତନ୍ତ୍ର ଗୋଷ୍ଠୀଗୁଡିକ ମଧ୍ୟରେ ସକାରାତ୍ମକ ପ୍ରଭାବ ଆଣିବା ଆମପାଇଁ ମୁଖ୍ୟ ବିଷୟ ହୋଇ ରହିବ। ଆଗକୁ ଜଟିଳ ପରିସ୍ଥିତି ରହିଛି, ତଥାପି ପ୍ରତିଟି ପ୍ରତିବନ୍ଧକରୁ ଊର୍ଦ୍ଧ୍ୱକୁ ଉଠି ସମାଜରେ ଏକ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବାକୁ ଆମେ ପ୍ରତିବଦ୍ଧ ରହିଛୁ।

ମହାମାରୀ ସମୟରେ ଶ୍ୟାମ ଷ୍ଟିଲ୍‍ ଆସାମ, ବିହାର, ଓଡ଼ିଶା, ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶରେ ଅକ୍ସିଜେନ କନସେଣ୍ଟ୍ରେଟର ବଣ୍ଟନ କରିଥିଲା ଏବଂ ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମଧ୍ୟ ସହାୟତା ପ୍ରଦାନ କରିଥିଲା। ଏହି ଶିଳ୍ପ ଗୋଷ୍ଠୀ ମଧ୍ୟ ବାତ୍ୟା ୟାଶ ଦ୍ୱାରା ପ୍ରଭାବିତ ଗୋଷ୍ଠୀଗୁଡିକୁ ରିଲିଫ ସାମଗ୍ରୀ ଦାନ କରିଛି। ଶ୍ୟାମ ଷ୍ଟିଲ ସର୍ବଦା ସାମାଜିକ ବିକାଶ ନିମନ୍ତେ ବିବିଧ କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହକୁ ଅଗ୍ରାଧିକାର ଦେଇଛି ଓ ଏ କ୍ଷେତ୍ରରେ ଅବଦାନ ରଖିଆସିଛି, ଯାହାର ସାମାଜିକ, ଅର୍ଥନୈତିକ ଏବଂ ପରିବେଶଗତ ପ୍ରଭାବ ରହିଛି।

କମ୍ପାନୀ ଗ୍ରାହକଙ୍କୁ ପ୍ରତିବନ୍ଧକଶୂନ୍ୟ ଟିଏମ୍‍ଟି ବାର ଖରିଦ କରିବା ଓ ଏହାର ଡିଲର ବିତରକ ନେଟୱର୍କର ବିକ୍ରି ବୃଦ୍ଧି ଘଟାଇବାକୁ ଶ୍ୟାମ ଷ୍ଟିଲ ଅପ୍‍ନା ଘର ଆପ୍‍ ମଧ୍ୟ ପ୍ରଚଳନ କରିଛି। ବାର୍ଷିକ ୩୦୦୦ କୋଟି ଟଙ୍କାର କାରବାର ସହିତ ଶ୍ୟାମ ଷ୍ଟିଲ କୋଭିଡ-୧୯ ମହାମାରୀ ଦ୍ୱାରା ସୃଷ୍ଟି ବ୍ୟାଘାତ ପରିସ୍ଥିତି ସତ୍ତ୍ୱେ ସଂପ୍ରତି ଏକ ମଜଭୁତ ସମ୍ପ୍ରସାରଣ ପଥରେ ଆଗେଇ ଚାଲିଛି।

Leave a Reply

Your email address will not be published. Required fields are marked *

Back to top button