ହସ୍ପିଟାଲ‌ ତଦାରଖ ବେଳେ ମାଡ ଖାଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ସମୟରେ ହସ୍ପିଟାଲରେ ପହଞ୍ଚି ସମସ୍ୟା ସମ୍ପର୍କରେ ପଚାରି ବୁଝିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ମହଙ୍ଗା ପଡ଼ିଛି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ବସିଥିବା ବେଳେ ତାଙ୍କୁ ଜଣେ ଗାର୍ଡ ତାଙ୍କୁ ବାଡିରେ ପିଟିଥିଲେ। ସେହି ହସ୍ପିଟାଲରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ବେଳେ ଶ୍ରୀ ମାଣ୍ଡବ୍ୟ ଘଟଣା ବିଷୟରେ କହିଛନ୍ତି।

ମନସୁଖ କହିଛନ୍ତି କିଛିଦିନ ପୂର୍ବେ ପରିଚୟ ବଦଳାଇ ସଫଦରଜଙ୍ଗ ହସ୍ପିଟାଲରେ ପହଞ୍ଚିଵା ପରେ ଅନେକ ପ୍ରକାର ଅବ୍ୟବସ୍ଥା ଦେଖିବାକୁ ମିଳିଲା। ଏପରିକି ହସ୍ପିଟାଲ ପରିସରରେ ଜଣେ ବୃଦ୍ଧାଙ୍କୁ ଷ୍ଟ୍ରେଚର ଦେବାକୁ କେହି ନଥିଲେ। ଏହି ସମୟରେ ସେ ବେଞ୍ଚରେ ବସିଥିବା ବେଳେ ଜଣେ ଗାର୍ଡ ବାଡିରେ ପିଟିବାକୁ ପଛାଇ ନଥିଲେ। ଏହି ଅବ୍ୟବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅବଗତ କରିବାରୁ ଗାର୍ଡକୁ ନିଲମ୍ବନ କରାଯାଇଛି କି ନାହିଁ ବୋଲି ସେ ପଚାରିଥିଲେ। କିନ୍ତୁ ଜଣେ ବ୍ୟକ୍ତି ନୁହେଁ ବରଂ ବ୍ୟବସ୍ଥାକୁ ବଦଳାଇବା ସହ ଉନ୍ନତମାନର ହେବା ଆବଶ୍ୟକ ବୋଲି ମନସୁଖ କହିଥିଲେ। ତାଙ୍କର ଏହି କାହାଣୀ ଏବେ ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *

Back to top button